www.samajalive.in
Tuesday, December 9, 2025
16.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ପ୍ରାକ୍‍ ନିର୍ବାଚନୀ ହିଂସା

ଶ୍ରୀନଗର: ପୌର ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଯାଇଥିବା ବେଳେ ଜାମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ହିଂସା ଦେଖାଦେଇଛି। ଗତକାଲି ଆତଙ୍କବାଦୀ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଜଣେ ଆହତ ହୋଇଥିଲେ। ନିର୍ବାଚନୀ ହିଂସାର ଆଉ ଏକ ଖବର ଏବେ ସାମ୍‍ନାକୁ ଆସିଛି। ଦୁର୍ବୃତ୍ତମାନେ ଜଣେ ବିଜେପି କର୍ମୀଙ୍କ ଫସଲକୁ ପୋଡ଼ି ଦେଇଛନ୍ତି। ଅନ୍ୟ ଜଣେ କର୍ମୀଙ୍କ ଘର ଉପରକୁ ପେଟ୍ରୋଲ୍‍ ଫିଙ୍ଗିଛନ୍ତି। ବୁଧବାର ଦିନ ଘଟିଥିବା ଏହି ଘଟଣା ଏବେ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଇଛି।
ଦକ୍ଷିଣ କାଶ୍ମୀରର ଦୋରୁ ଭିରାଙ୍ଗ ଅଞ୍ଚଳର ଜଣେ ବିଜେପି ପ୍ରାର୍ଥୀ ଗୁଲ ମହମ୍ମଦ ଖାନ୍‍ଙ୍କ କ୍ଷେତକୁ କିଛି ଲୋକ ପୋଡ଼ି ଦେଇଛନ୍ତି। ସେିହପରି ଶ୍ରୀନଗରର ଅନ୍ୟଜଣେ ପ୍ରାର୍ଥୀ ଶୋକୱଟ୍‍ ରାଜାଙ୍କ ଘର ଉପରକୁ କିଛି ଲୋକ ପେଟ୍ରୋଲ୍‍ ଫୋଫାଡ଼ିଥିବା ଓ ଗେଟରେ ନିଅାଁ ଲଗାଯାଇଥବା ଅଭିଯୋଗ ହୋଇଛି। ଅପରପକ୍ଷରେ ଭେରିନାଗ୍‍ ନିର୍ବାଚନ ମଣ୍ଡଳୀର ବିଜେପି ସଭାପତି ଗୁଲାମ୍‍ ହସନ୍‍ ଭଟ୍ଟ ଗୁରୁବାର ଦଳ ଛାଡ଼ିବା ସହିତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଶସ୍ୟ ପୋଡ଼ାଯିବା ପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ କି ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇନାହିଁ। ତେଣୁ ବିଜେପି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଅଭିଯୋଗରେ ସେ ଦଳ ଛାଡ଼ିଥିବା ସୂଚନା ଦେଇଛନ୍ତି। ଉକ୍ତ ନିର୍ବାଚନ ମଣ୍ଡଳିରୁ ଆହୁରି ଅନେକ ବିଜେପି ପ୍ରାର୍ଥୀ ଦଳ ଛାଡ଼ିବା ସହିତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ଜଣାପଡ଼ିଛି।

ବିଜେପି ଇସ୍ତାହାର ଘୋଷିତ

ଆସନ୍ତା ୮ ତାରିଖରୁ ଚାରି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୌର ପରିଷଦ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି। ଡାଲ୍‍ ହ୍ରଦର ପୁନରୁଦ୍ଧାର, ପରିମଳ ପରିଚାଳନା, ଭେକ୍ଟର ବାହିତ ରୋଗର ନିରାକରଣ, ସ୍ୱାସ୍ଥ୍ୟସେବାର ଉନ୍ନତି, ସନ୍ଧ୍ୟାରେ କ୍ଲିନିକ୍‍ ଖୋଲିବାକୁ ନିର୍ଦେଶ ଆଦି ୧୫ଟି ପ୍ରତିଶ୍ରୁତି ଇସ୍ତାହାରରେ ସ୍ଥାନ ପାଇଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories