ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଡିପିଜି, କ୍ରାଇମବ୍ରାଞ୍ଚ ଏଡିଜି

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଭେଟିଛନ୍ତି ପୁଲିସ ଡିପିଜି ୱାଇ.ବି ଖୁରାନିଆ। ଡିଜିପିଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଛନ୍ତି। କିଛି ସେନା ଅଧିକାରୀ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ମାମଲା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

Comments are closed.