www.samajalive.in
Friday, December 5, 2025
17.1 C
Bhubaneswar

ଜାତୀୟ ରାଜପଥ ପୋଲର ମଜଭୁତ ହେବ ବାରିକେଡ ଓ ପାରାପେଟ୍

ଭୁବନେଶ୍ବର: ଜାତୀୟ ରାଜପଥରେ ଥିବା ନଦୀ ପୋଲରେ ଫୁଟ୍‌ପାଥ୍ ସହ ବ୍ୟାରିକେଡ୍‌ର ଉଚ୍ଚତା ବୃଦ୍ଧି କରାଯିବ। ଏବେ ପୋଲରେ ବ୍ୟାରିକେଡ୍‌ ଥିଲେ ସୁଦ୍ଧା ତାହା ଦୁର୍ଘଟଣାର ଭାର ସମ୍ଭାଳିବା ପାଇଁ ସକ୍ଷମ ନୁହେଁ। ଏପରିସ୍ଥଳେ ଜାତୀୟ ରାଜପଥରେ ଥିବା ପୋଲର ବ୍ୟାରିକେଡ୍‌କୁ ଅଧିକ ମଜଭୁତ କରାଯିବ। ମହାନଦୀରେ ଘଟିଥିବା ବସ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏପରି ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)କୁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ସଚିବ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି।
ଗତ ମାସ ୨୦ ତାରିଖରେ କଟକ ଆସୁଥିବା ଏକ ଯାତ୍ରୀବାହୀ ବସ୍ ମଇଁଷିକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇବା ପୂର୍ବକ ମହାନଦୀକୁ ଖସି ପଡିଥିଲା। ଏଥିରେ ୧୨ ଜଣ ଯାତ୍ରୀଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ପୂର୍ତ୍ତ ବିଭାଗ ଘଟଣାର ତଦନ୍ତ କରିବା ପରେ ଜଣା ପଡିଥିଲା ଯେ ମହାନଦୀ ପୋଲରେ ବ୍ୟାରିକେଡ୍ ଥିବା ସତ୍ତ୍ବେ ବସ୍‌ଟି ଦୁର୍ଘଟଣଗ୍ରସ୍ତ ହୋଇ ନଦୀକୁ ଖସି ପଡିଥିଲା। ଏଥିସହ ପୋଲର ଫଟ୍‌ପାଥ୍ ଓ ପାରାପେଟ୍‌ର ଉଚ୍ଚତା ମଧ୍ୟ କମ୍ ରହିଥିବାରୁ ତାହା ବସ୍‌କୁ ଅଟକାଇ ପାରିଲା ନାହିଁ। ତେଣୁ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେବା ଲାଗି ମହାନଦୀ ପୋଲର ପାରାପେଟ୍‌ ଓ ବ୍ୟାରିକେଡ୍‌କୁ ଅଧିକ ମଜଭୁତ କରିବା ପାଇଁ ପୂର୍ତ୍ତ ବିଭାଗ ଏନ୍‌ଏଚ୍‌ଏଆଇକୁ କହିଛି। ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଏନ୍‌ଏଚ୍‌ଏଆଇ ମୁଖ୍ୟଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ନଭେମ୍ବର ୨୦ ତାରିଖ ଭଳି ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା। ଜାତୀୟ ରାଜପଥରେ ଥିବା ନଦୀ ପୋଲର ପାରାପେଟ୍ ଓ ବାରିକେଡ୍ ଥିଲେ ହେଁ ତାହା ବଡ଼ ଦୁର୍ଘଟଣାକୁ ରୋକିବା ପାଇଁ ସକ୍ଷମ ହେଉ ନାହିଁ। ବର୍ତ୍ତମାନ ପୋଲ ଉପରେ ଥିବା ପାରାପେଟ୍‌ ଓ ବାରିକେଡ୍‌ର ଉଚ୍ଚତା ବହୁତ କମ୍ ହୋଇଥିବା ବେଳେ ବ୍ୟାରିକେଡ୍ ମଧ୍ୟ ଦୁର୍ବଳ ଅଛି। ଏହି ଘଟଣାରୁ ଶିକ୍ଷାଗ୍ରହଣ କରି ମହାନଦୀ ପୋଲରେ ସୁରକ୍ଷା ବ୍ୟବସ୍ଥା ଅଧିକ ଦକ୍ଷ କରିବା ଏକାନ୍ତ ଜରୁରୀ। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେଲେ ଭବିଷ୍ୟତରେ ଅନୁରୂପ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଏନ୍‌ଏଚ୍‌ଏଆଇ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି।
ସମୀକ୍ଷା ପରେ ନଦୀ ପୋଲରେ ମଜଭୁତ୍ ପାରାପେଟ୍ ଓ ବ୍ୟାରିକେଡ୍ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଏନ୍‌ଏଚ୍ଏଆଇକୁ ନୂଆ ଡିଜାଇନ୍ ପ୍ରସ୍ତୁତ କରି ପଠାଇଛି। ମହାନଦୀ ପୋଲରେ ଏହା କାର୍ଯ୍ୟକାରୀ ହେବା ପରେ ରାଜ୍ୟର ଅନ୍ୟ ପ୍ରମୂଖ ପୋଲରେ ସମାନ ଢ଼ାଞ୍ଚାରେ ବ୍ୟାରିକେଡ୍ ଓ ପାରାପେଟ୍ ନିର୍ମାଣ କରାଯିବାର ସମ୍ଭାବନା ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories