www.samajalive.in
Saturday, December 6, 2025
23.1 C
Bhubaneswar

ଖାଦ୍ୟ ଶସ୍ୟ ଉତ୍ପାଦନର ସଫଳତା ପାଇଁ ଓଡ଼ିଶାକୁ ପୁରସ୍କାର

ଭୁବନେଶ୍ୱର:କୃଷି ଉତ୍ପାଦନରେ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ପୁନର୍ବାର ପ୍ରଶଂସା କରିବା ସହିତ ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଏହି ମର୍ମରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୬-୧୭ପାଇଁ ଦ୍ୱିତୀୟବର୍ଗ ଖାଦ୍ୟ ଶସ୍ୟ ଉତ୍ପାଦନରେ ସଫଳତା ପାଇଁ ପୁରସ୍କାର ପାଇଁ ଓଡ଼ିଶା ରାଜ୍ୟକୁ ବଛାଯାଇଛି। ଏହି ମାଇଲଖୁଣ୍ଟ ସ୍ଥାପନରେ କୃଷକଙ୍କୁ ସହଯୋଗ ଯୋଗାଇଦେଇଥିବାରୁ ରାଧାମୋହନ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଏବଂ କୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାର ସ୍ୱରୂପ ଏକ ପ୍ରଶଂସା ପତ୍ର ଏବଂ ୧କୋଟି ଟଙ୍କା ପ୍ରଦାନ କରାଯିବ। ୨୦୧୯ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା କୃଷି ଉନ୍ନତି ମେଳାରେ ଏହି ପୁରସ୍କାର ପ୍ରଦାନ କରାଯିବ। ଉକ୍ତ ଉତ୍ସବରେ କୃଷି ସଚିବ, ବିଭାଗୀୟ ନିର୍ଦେଶକଙ୍କ ସହିତ ଶ୍ରୀ ମହାରଥୀ ଯୋଗଦେଇ ପୁରସ୍କାର ଗ୍ରହଣ କଲେ ସେ ଖୁସି ହେବେ ବୋଲି ରାଧାମୋହନ କହିଛନ୍ତି। ସୂଚନାଯୋଗ୍ୟ ଯେ କୃଷି ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇଁ ଓଡ଼ିଶାକୁ ପୂର୍ବରୁ ଚାରିଥର କୃଷି କର୍ମଣ ପୁରସ୍କାର ମିଳିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories