www.samajalive.in
Saturday, December 6, 2025
26.1 C
Bhubaneswar

‘ପିସି ପୁରଦିଆ ବାସିପିଠା ଫୋପାଡ଼ି ଦିଅ’: ଧର୍ମେନ୍ଦ୍ର

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ‘ପିଠା’ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଗଞ୍ଜାମ ଜିଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଠାରେ ବିଜେପି ପକ୍ଷରୁ ଆୟୋଜିତ ‘ମୋ ଆଶା ନୂଆ ଓଡ଼ିଶା’ ଜନ ପରାମର୍ଶ ପଦଯାତ୍ରାରେ ସାମିଲ ହୋଇ ‘ପିଠା’ ଯୋଜନା-ବାସି ପିଠାରେ ପିସି ପୁର ସଦୃଶ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ତାତ୍ସଲ୍ୟ କରିବା ସହ ଏହାକୁ ବଙ୍ଗୋପସାଗରକୁ ଫୋପାଡି ଦେବାକୁ ଆହ୍ୱାନ କରିଛନ୍ତି। ନିଜର ବ୍ୟକ୍ତବ୍ୟରେ ସିଧାସଳଖ ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନିଶାଣ କରିବା ସହ କେନ୍ଦ୍ରମନ୍ତ୍ରୀ ନୂଆ ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ନୂଆ ଓଡ଼ିଶା ଗଠନ ପାଇଁ ପ୍ରଥମେ ନୂଆ ଦିଗପହଣ୍ଡି ଗଠନ ହେବା ନିହାତି ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଲୋକଙ୍କ ଟଙ୍କା ଲୁଟ୍‌ କରି ସିବିଆଇ ସ୍କାନରରେ ଥିବା ମନ୍ତ୍ରୀ ଶ୍ରୀ ପାତ୍ର ଓ ତାଙ୍କ ପୁଅଙ୍କୁ ନିଶାଣ କରିଥିଲେ। ରାଜ୍ୟର ମନ୍ତ୍ରୀ ହୋଇ ମଧ୍ୟ ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଗ୍ୟାସ ସବ୍‌ସିଡ୍‍ ନେଉଥିବା ସୂଚନା ଦେଇଥିଲେ। ଚଳିତ ବର୍ଷ ୫ ଟି ଗ୍ୟାସ ସିଲିଣ୍ଡର ବାବଦକୁ ଶ୍ରୀ ପାତ୍ର ୧୮୫୦ ଟଙ୍କା ସବ୍‌ସିଡ୍‍ ପାଇଥିବା ଦର୍ଶାଇଥିଲେ।
ପଦଯାତ୍ରା ବେଳେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କଠାରୁ ସେହି ଅଞ୍ଚଳରେ କେତେ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି, ଘରକୁ ଘର ପାନୀୟ ଜଳ ସଂଯୋଗ ହୋଇଛି କି ନା ନାହିଁ ଏବଂ ୨୪ ଘଣ୍ଟା ବିଜୁଳି ରହୁଛି ନା ନାହିଁ ତାହା ପଚାରି ବୁଝିଥିଲେ। ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ବିଜେଡ଼ି ଶାସନ କାଳରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଜଳସେଚନ ଓ ପାନୀୟ ଜଳ ଭଳି ପ୍ରାୟ ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ଛେଳିିଗଡ ପ୍ରକଳ୍ପ, ରାମନଦୀ ପ୍ରକଳ୍ପ, ଘୋଡାହାଡ ଡ୍ୟାମ ସମ୍ପ୍ରସାରଣ ସହ ଚାନ୍ଦିପୁର ରାସ୍ତା, ଖମ୍ବାରୀଗାଁର ଡାକ୍ତରଖାନାର ଉଦାହରଣ ଦେଇ ନିଜ ନିର୍ବାଚନମଣ୍ଡଳୀ ହୋଇ ମଧ୍ୟ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ପାତ୍ର କିଭଳି ଆଖି ବୁଜି ଦେଇଛନ୍ତି ତାହା ଉପସ୍ଥିତ ହଜାର ହଜାର ଜନତାଙ୍କୁ ବୁଝାଇଥିଲେ।
ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ଶନିବାର ରାଜ୍ୟରେ ‘ପିଠା’ ଯୋଜନାର ଶୁଭାରମ୍ଭ ହୋଇଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ବାହାରିଥିବା ବାସି ପିଠାରେ ପିସି ପୁର ଭଳି କଟାକ୍ଷ ରାଜ୍ୟ ରାଜନୀତିରେ ଘିଅ ଢାଳିଛି। ପ୍ରତ୍ୟେକ ବର୍ଷ ବିଜେଡ଼ି ସରକାରଙ୍କ ଦଳୀୟ କର୍ମୀଙ୍କୁ ୧୦ ହଜାର କୋଟି ଟଙ୍କାର କାମ ଦେଇ ପିସି କାରବାରକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories