www.samajalive.in
Saturday, December 6, 2025
16.1 C
Bhubaneswar

ଜମିରେ ବିଷପିଇ ଚାଷୀଙ୍କ ଆତ୍ମହତ୍ୟା

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅନ୍ତର୍ଗତ ହାତିଆଡି ଗ୍ରାମର ଋଣଗ୍ରସ୍ତ ଚାଷୀ ରାମଚନ୍ଦ୍ର ପ୍ରଧାନ ଜମିରେ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ଗୁରୁତର ଅବସ୍ଥାରେ ଚିକିଟି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଆଜି ଅପରାହ୍ନରେ ମୃତଦେହ ସହ ମହାପ୍ରୟାଣ ଗାଡିରେ ଦିଗପହଣ୍ଡି ତହସିଲରେ ପହଞ୍ଚି ଅଭିଯୋଗ କରିଛନ୍ତି ସଂପୃକ୍ତ ଚାଷୀଙ୍କ ପତ୍ନୀ ଦମୟନ୍ତୀ ପ୍ରଧାନ। ଗତ ୯ ତାରିଖରେ ରାମଚନ୍ଦ୍ର
ଜମିରେ ବିଷ ପିଇ ଦେଇଥିଲେ।
ଅଭିଯୋଗ ପ୍ରକାରେ ପ୍ରଶାସନ ଏହାର ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ। ଜିଲା ବିଜେପି ଉପ-ସଭାପତି ଶୁଭେନ୍ଦୁକୁମାର ପାଢୀ, ପ୍ରଭାରୀ ମହନ୍ତ ଚନ୍ମୟାନନ୍ଦ ଦାସ, ଉପସଭାପତି ପରେଶଚନ୍ଦ୍ର ରଥ, ଦଳିତ ମୋର୍ଚ୍ଚା ସଭାପତି ଭିକାରୀଚରଣ ସେଠୀଙ୍କ ସମେତ ବିଜେପି କର୍ମୀମାନେ ତହସିଲ ଅଫିସ ଆଗରେ କ୍ଷତିପୂରଣ ଦାବିରେ ନାରାବାଜି ଓ ଧାରଣା ଦେଇଥିଲେ। ତହସିଲଦାର ଅଦୈତ୍ୟକୁମାର ସ୍ୱାଇଁ ବିଜେପି କର୍ମୀଙ୍କୁ ବୁଝାସୁଝା କରିଥିଲେ। ଜିଲା ପ୍ରଶାନ ସହ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ତୁରନ୍ତ ୫ ହଜାର ଟଙ୍କା ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।
ଚାଷୀ ରାମଚନ୍ଦ୍ର ପ୍ରଧାନ ହାତ କରଜ ସହ ସମବାୟ ଓ ବ୍ୟାଙ୍କ ଋଣରେ ବୁଡି ରହିଥିଲେ। ମାତ୍ର ୯ଭରଣ ଜମିରେ ସେ ନାମମାତ୍ର ଚାଷୀ ଭାବେ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ। ଋଣ ପାଇଁ ରାମଚନ୍ଦ୍ର ବିବ୍ରତ ରହୁଥିବା ବେଳେ ତଳି ପୋକ ଖାଇଯିବାରୁ ସେ ଅଧିକ ମ୍ରିୟମାଣ ହୋଇଥିଲେ। ଜମିରେ ବିଷ ପିଇ ଗତ ୯ ତାରିଖରେ ସେ ଅତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପତ୍ନୀ ଦମୟନ୍ତୀ ଅଭିଯୋଗ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories