www.samajalive.in
Saturday, December 6, 2025
14.1 C
Bhubaneswar

ସମୁଦ୍ରରେ ଓଲଟିଲା ଡଙ୍ଗା: ୭ ମତ୍ସ୍ୟଜୀବୀ ବର୍ତ୍ତିଲେ

ଗଞ୍ଜାମ: ମଙ୍ଗଳବାର ଗଞ୍ଜାମ ସମୁଦ୍ରକୂଳରେ ଏକ ବଡ ଦୁର୍ଘଟଣା ଟଳି ଯାଇଛି। ସମୁଦ୍ରକୁ ମାଛ ଧରିବାକୁ ଯିବା ବେଳେ ଡଙ୍ଗା ଓଲଟି ପଡ଼ିବାରୁ ୭ ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି।
ମିଳିଥିବାସୂଚନା ଅନୁସାରେ ଗଞ୍ଜାମ ଥାନା ଅନ୍ତର୍ଗତ ସାନନୋଳିଆ ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଆଜି ଭୋରରୁ ମାଛ ଧରିବାକୁ ଏକ ମୋଟରଚାଳିତ ଡଙ୍ଗାରେ ସମୁଦ୍ରରେ ପ୍ରବେଶ କରିଥିଲେ। ୩୦୦ ମିଟର ଯିବା ପରେ ଏକ ଉଚ୍ଚ ଜୁଆର ମାଡରେ ଡଙ୍ଗାଟି ହଠାତ୍‍ ଓଲଟି ପଡ଼ିଥିଲା। ମତ୍ସ୍ୟଜୀବୀମାନେ କିଏ କେଉଁଆଡେ ବିଛାଡ଼ି ହୋଇଯାଇଥିଲେ। ଉଚ୍ଚ ଜୁଆର ଥିବାରୁ ସେମାନେ କୂଳକୁ ଆସିପାରୁ ନଥିଲେ। ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ସମୁଦ୍ରରେ ଅଟକି ରହିବା ଖବର ପାଇ ସାନନୋଳିଆ ଓ ଗୋଖରକୁଦାର ଲୋକମାନେ ଅନ୍ୟଏକ ଡଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ଡି. ଗୁରେୟା, ଡି. ସନ୍ୟାସୀ, ଡି. କେଲେୟା, ବି. ସିମାଦ୍ରି, ଏ. ଆରେୟା, ବି. ମୁମୁଡୁ ଓ ଏମ. ନାରାୟଣ। ସମସ୍ତଙ୍କୁ ପ୍ରଥମେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମତ୍ସ୍ୟଜୀବୀଙ୍କ ମାଛଧରା ଜାଲ ଭାସି ଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories