ଚଢ଼ାଦରରେ ଧାନ ବିହନ  ବିକ୍ରି ହେଉଥିବା ଅଭିଯୋଗ

ଦେଓଗାଁ : ମୌସୁମୀ ବର୍ଷା ଆରମ୍ଭ ହେବା ସହ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି  ଚାଷୀ । ହେଲେ  ଚଢ଼ା ଦରରେ ଧାନ ବିହନ ବିକ୍ରି ହେଉଥିବା ଅଭିଯୋଗ ହୋଇଛି  । ଅଧିକୃତ ବିକ୍ରେତାଙ୍କ ପଖାରେ ନମିଳି ବାହାରେ ଧାନ ବିହନ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ବିହନର ଚାହିଦାକୁ ଦେଖି ଚାଷୀ ବାଧ୍ୟ ହୋଇ ଦୁଇଗୁଣା ଦରରେ ବିହନ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଦେଓଗାଁ ବ୍ଲକର ବଡ଼ବନ୍ଧ, ସିକୁଆଁ, ଲଣ୍ଡାପଥର, ଧଣ୍ଡାମାଲ, ବନ୍ଧପଡ଼ା, ରାମଚନ୍ଦ୍ରପୁର, ଦେଷଣ୍ଢ, ସିଯଂହାମୁଣ୍ଡା ପଞ୍ଚାୟତ ଗୁଡ଼ିକ ପାଇଁ ନିଯୁକ୍ତି ହୋଇଥିବା ସରକାରୀ ଡ଼ିଲରମାନେ ଲଲାଟ, ସ୍ୱର୍ଣ୍ଣା, ହାଜାରେଏକ, ପୂଜା ଆଦି ଧାନ ବିହୱକୁ ୬୪୦ରୁ ୬୮୦ ମଧ୍ୟରେ  ବିକ୍ରି  କରୁଥିବା ସୂଚନା ମିଳିଛି ।

prayash

ସ୍ଥାନୀୟ କୃଷି ବିଭାଗର ଅଧିକାରୀ ଏ ପ୍ରତି ଧ୍ୟାନ ନଦେଇ ଓ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁନଥିବା ଅଭିଯୋଗ ହୋଇଛି । ଅର୍ଜୁନପୁର. କୁଲତାପଡ଼ା, ବଡ଼ବାହାଲ, ଗୌଡ଼ଗୋଠ, ମହଲାଇ, ଉପରଝର, ମୁକୁନ୍ଦପୁର ପଞ୍ଚାୟତଗୁଡ଼ିକରେ ନିଯୁକ୍ତି ହୋଇଥିବା ଡ଼ିଲରମାନେ ୨୦କେଜି ପ୍ରତି ୬୭୦ରୁ ୭୩୦ ମଧ୍ୟରେ ବିହନ ବିକ୍ରି କରୁଥିବା ସୂଚନା ମିଳିଛି ।  ଚାଷୀ ଏଥିପାଇଁ ହଇରାଣ ହେଉଛନ୍ତି ।

ଏ ଦେଓଗାଁ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପ୍ରଦୀପ୍ତ ନାଏକଙ୍କୁ  ଏବିଷୟରେ ପଚାରିବାରୁ, ସେ  କେତେ ଜଣ ଡ଼ିଲର ନିଯୁକ୍ତି ହୋଇଛନ୍ତି ଏ  ବଷୟରେ ତାଙ୍କ ନିକଟରେ ପାଖରେ  ତଥ୍ୟ  ନଥିବା କଥା କହିଛନ୍ତି । ତାହା ଡ଼ିଡ଼ିଏ ବୁଝୁଛନ୍ତି ଓ ନୂତନ ଡ଼ିଲର ନିଯୁକ୍ତି ଚାଲିଛି ବୋଲି ପ୍ରକାଶ କରିବା ସହ ଅଭିଯୋଗ ହେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ କୃଷି ଅଧିକାରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକରେ ସମୁଦାୟ ୨୦ହଜାର ୧୭୫ ହେକ୍ଟର ଚାଷ ଜମି ମଧ୍ୟରୁ ୧୦ହଜାର ୫୫୦ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୯ହଜାର ୬୨୫ ହେକ୍ଟର ଚାଷ ଜମିରେ ପନିପରିବା ଓ ଡ଼ାଲି ଜାତୀୟ ଫସଲ କରିବା ପାଇଁ ନିଷ୍ପତି ହୋଇଛି। ହେକ୍ଟର ପ୍ରତି ୪୦କେଜି ହିସାବରେ ୪ହଜାର ୨୨୦ କ୍ୱିଣ୍ଟାଲ ବିହନ ଆବଶ୍ୟକତା ଥିବା ବେଳେ ୩ହଜାର ୬୫ କ୍ୱିଣ୍ଟାଲ ଧାନ ବିହନ ପେକ୍ସ ଓ ଏଜେଣ୍ଟଙ୍କ ଜରିଆରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଅବଶିଷ୍ଟ ବିହନ ଚାଷୀ ନିଜେ ଯୋଗାଡ଼ କରିବେ। ୧୬୬୫ ମେଟ୍ରିକ ଟନ୍‍ର ସାର ଖରିଫ ଚାଷରେ ଦରକାର ପଡ଼ିବ। ଦେଓଗାଁ ବ୍ଲକର ୧୩୦୫ ହେକ୍ଟର ଚାଷଜମୀକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ମଡ଼ାଇବାର ବ୍ୟବସ୍ଥା ଥିବା ବେଳେ ୧୫୬୪ ହେକ୍ଟର ଜମିକୁ ଉଠା ଜଳ ସେଚନ ମାଧ୍ୟମରେ ୧୮୭୨ ହେକ୍ଟର ଜମିକୁ ମେଗା ପଏଣ୍ଟ ଯୋଜନା, ୮୬୫ହେକ୍ଟର ଜମିକୁ କ୍ଲଷ୍ଟର ବୋରୱେଲ, ୧୫ ହେକ୍ଟର ଜମିକୁ ନଦୀରୁ ଉଠାଜଳ ସେଚନ ମାଧ୍ୟମରେ ଓ ବିଭିନ୍ନ ଡ଼କୱେଲରୁ ଜଳସେଚନର ବ୍ୟବସ୍ଥା କରାଯାଇଛି। ଯାହାକି ମୋଟ ଚାଷ ଜମିର ୩୭ପ୍ରତିଶତ ଥିବା ଜଣାପଡ଼ିଛି। ଏଣୁ ଚାଷୀକୁ ଉପଯୁକ୍ତ ସାର ଓ ବିହନ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଚାଷୀମହଳରେ ଦାବି ହେଉଛି।

kalyan agarbati

Comments are closed.