www.samajalive.in
Friday, December 12, 2025
14.1 C
Bhubaneswar

ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ଦେବେ ସରକାର

ଡେସ୍କ: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି ଗଠନ କରଯାଇଛି। ନବଗଠିତ ସଂସ୍ଥା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ଦିଆଯିବ। ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହାଦ୍ୱାରା ନବଗଠିତ ୨ ହଜାର ୫୪୨ ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ ୭୬.୮୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହା ଦ୍ୱାରା ରାଜ୍ୟର ସମବାୟ କ୍ଷେତ୍ର ସୁଦୃଢ ହେବା ସହିତ ଚାଷୀଭାଇମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories