ଚୋରି ହୋଇଗଲା ୨.୬କୋଟି ମୂଲ୍ୟର “ଆଇରନ ମ୍ୟାନ’ର ପୋଷାକ

0

ନୂଆଦିଲ୍ଲୀ: ଲସଏଞ୍ଜେଲିସରୁ ଆଇରନ ମ୍ୟାନର ପୋଷାକ ଚୋରି ହୋଇଯାଇଛି। ୨.୬କୋଟି ବିନିମୟରେ ଏହି ପୋଷାକର ନିର୍ମାତା ଏ ସମ୍ପର୍କରେ ପୁଲିସକୁ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି। ଏହି ପୋଷାକକୁ ମାର୍କ ୩ ନାମରେ ନାମିତ କରାଯିବା ସହ ଏହାକୁ ଏକ ଗୋଦାମ ଘରେ ଗଚ୍ଛିତ ରଖାଯାଇ ଥିଲା। ଏହି ଗୋଦାମଘର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବ୍ୟକ୍ତି ପ୍ରଥମେ ମାର୍କ ୩ ଚୋରି ହୋଇଥିବା ସମ୍ପର୍କରେ ଜାଣି ପାରିଥିଲେ। ତେବେ ଘଟଣାକୁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିଛି ଲସଏଞ୍ଜେଲିସ ପୁଲିସ। ସ୍ପାଇଡ଼ର ମ୍ୟାନ ସିନେମାର ନୂଆ କାହାଣୀରେ ମଧ୍ୟ ଏଭଳି ଏକ ଘଟଣା ସମ୍ପର୍କରେ ଉଲ୍ଲେଖ ରହିଛି। ଯେଉଁଠି କିଛି ଦୁର୍ବୃତ୍ତ ଏଭେଞ୍ଜାର ମାନଙ୍କ ଯୁଦ୍ଧାସ୍ତ୍ରକୁ ଚୋରି କରିବାକୁ ଉଦ୍ୟମ କରୁଥିବା କାହାଣୀରେ ଦର୍ଶାଯାଇଛି। ଉକ୍ତ ଗୋଦାମ ଘରେ ଅନ୍ୟାନ୍ୟ ସାମଗ୍ରୀ ପୂର୍ବ ପରି ରହିଥିବାବେଳେ କେବଳ ମାର୍କ ୩କୁ କେହିଁ ଚୋରି କରି ନେଇଥିବା ଜଣାପଡ଼ିଛି।

Leave A Reply