www.samajalive.in
Sunday, December 7, 2025
26.1 C
Bhubaneswar

ଚେତିଲା ପ୍ରଶାସନ: ଧରାପଡିଲା ଆନ୍ଧ୍ରକୁ ଧାନ ଚାଲାଣ

ଦିଗପହଣ୍ଡି: ଆନ୍ଧ୍ରକୁ ଧାନ ଚାଲାଣ ବେଳେ ଆଜି ପ୍ରଶାସନ ଚଢ଼ଉ କରି ୩୩୦ କ୍ୱିଣ୍ଟାଲ ଧାନବସ୍ତା ଜବତ କରିଛି।
ଚାଷୀ ଧାନ ଅମଳ କରି ଖଳାରେ ସାଇତି ରଖିଥବା ବେଳେ ଦିଗପହଣ୍ଡି ବ୍ଲକ୍‍ରେ ମଣ୍ଡି ଖୋଲାଯାଇଥିବାରୁ ଚାଷୀ ଶାଗମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକୁଥିବା ଖବର ‘ସମାଜ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା। ଏଥିପ୍ରତି ସଜାଗ ରହିଥିଲା ପ୍ରଶାସନ। ଆଜି ୩ଟି ଟ୍ରକ୍‍ ଓ ୨ଟି ଭ୍ୟାନରେ ୩୩୦ କ୍ୱିଣ୍ଟାଲ ଧାନବସ୍ତା ବୋଝେଇ ହୋଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ପୂର୍ବରୁ ପ୍ରଶାସନ ଚଢ଼ଉ କରି ଜବତ କରିଛି। ବେପାରୀଙ୍କ ଠାରୁ ୧୪ହଜାର ୮୪୮ ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି। ଟିକସ ଆଦାୟ ପରେ ଧାନବସ୍ତା ବୋଝେଇ ଟ୍ରକ୍‍ ଓ ଭ୍ୟାନ୍‍କୁ ଛଡ଼ା ଯାଇଥିଲା। ପ୍ରଶାସନର ଅଜଣାତରେ ଆନ୍ଧ୍ର ବେପାରୀ ଟିକସ ଫାଙ୍କି ଚୋରା ଚାଲାଣ କଲେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଚଢ଼ଉରେ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁଙ୍କ ସମେତ ଦିଗପହଣ୍ଡି ବଜାର ନିୟନ୍ତ୍ରିତ କମିଟି କର୍ମକର୍ତ୍ତା ଅରୁଣକୁମାର ମିଶ୍ର, ସଂଗ୍ରାମଜିତ୍‍ ପାଳ, ଶରତ ମଳିକ, ନୟନଚାନ୍ଦ ପଟ୍ଟନାୟକ,
ଶଙ୍କରପ୍ରସାଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନର ଏଭଳି ଚଢ଼ଉ ଧାନ କିଣିବାକୁ ଜିଲାରେ ଡ଼େରା ପକାଇଥିବା ଆନ୍ଧ୍ର ବେପାରୀଙ୍କ ଚିନ୍ତା ବଢ଼ିଯାଇଛି। ଅନ୍ୟପଟେ ଶୀଘ୍ର ଦିଗପହଣ୍ଡି ବ୍ଲକ୍‍ରେ ଧାନମଣ୍ଡି ଖୋଲିବାକୁ ସିପିଏମ୍‍ ଜିଲା ସଂପାଦକ କୈଳାସ ଷଡ଼ଙ୍ଗୀ ଏବଂ କୃଷକ ଶ୍ରମିକ ନେତା ଅଶ୍ୱିନୀ ଦାସ ଦାବି କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories