ମାଲକାନଗିରି : ମାଲକାନଗିରି ଜିଲାରେ ୬୨ଟି ଧାନ ମଣ୍ଡିରେ ୩୦୦ କ୍ୱିଣ୍ଟାଲ ଧାନ ପଡ଼ି ରହିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ରକରି କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଶହ ଶହ ଧାନ ବସ୍ତା ପକାଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିବା ଜଣାପଡ଼ିଛି। ଚାଷୀଙ୍କ ଧାନ ମଣ୍ଡିରୁ ନ ଉଠିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି।
Popular Categories



