www.samajalive.in
Monday, December 15, 2025
15.1 C
Bhubaneswar

ଚିନ୍ତା ବଢ଼ାଉଛନ୍ତି ବୁର୍ଖା ପିନ୍ଧା ଆତଙ୍କବାଦୀ

ନୂଆଦିଲ୍ଳୀ: ଭାରତୀୟ ସେନାବାହିନୀ, ସୁରକ୍ଷା କର୍ମୀ ଓ ପୁଲିସ ପାଇଁ ଚିନ୍ତା ବଢ଼ାଉଛନ୍ତି ବୁର୍ଖାପିନ୍ଧା ଆତଙ୍କବାଦୀ। ବୁର୍ଖା ପିନ୍ଧା ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସାତ୍ମକ କାର୍ଯ୍ୟକଳାପ ବଢ଼ାଇ ଚାଲିଥିବା ବେଳେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି।
ଦକ୍ଷିଣ କାଶ୍ମୀର ଶୋପିଆନ୍‍ ଜିଲାରେ ବୁର୍ଖା ପିନ୍ଧା ଆତଙ୍କବାଦୀମାନେ ଗତ ଗୁରୁବାର ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବା ପରେ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ। କେବଳ ସେତିକି ନୁହେଁ ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ ଘଟଣାରେ ମଧ୍ୟ ଆତଙ୍କବାଦୀମାନେ ବୁର୍ଖା ବ୍ୟବହାର କରିଥିବା ଜଣାପଡ଼ିଥିଲା। ଗତ ବର୍ଷକ ମଧ୍ୟରେ ବୁର୍ଖା ପିନ୍ଧା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୁର୍ଖା ପିନ୍ଧା ଆତଙ୍କବାଦୀମାନେ ଅଘଟଣ ଘଟାଇବା ପରେ ମହିଳାଙ୍କ ମଧ୍ୟରେ ସାମିଲ୍‍ ହୋଇ ସହଜରେ ଖସି ଯାଉଥିବା ଲକ୍ଷ୍ୟ କରାଯାଉଛି।
ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦକ୍ଷିଣ କାଶ୍ମୀର ସୋଫିଆନ୍‍ ଜିଲାରେ ଦୁଇ ଜଣ ହିଜବୁଲ୍‍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଆତଙ୍କବାଦୀ ଦୁଇ ଜଣ ବୁର୍ଖା ପିନ୍ଧିଥିବାରୁ ଗାଁ ଲୋକଙ୍କ ଆଢ଼ୁଆଳରେ ଖସିଯାଇଥିଲେ। ପୁଲିସ ସନ୍ଦେହରେ ଗୁଳି ଚଳାଇଥିଲା। କିନ୍ତୁ ସେହି ଗୁଳିରେ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଥିଲା। ଏହାର ପ୍ରାୟ ମାସେ ପରେ ଲସ୍କର ଏ ତୋଇବାର ଡେପୁଟି କମାଣ୍ଡର ଆବୁ ହାନଜୁଲାହକୁ ଏକ ହସ୍ପିଟାଲରେ ଜଣେ ବୁର୍ଖା ପିନ୍ଧା ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଦେଉଥିବା ବେଳେ ଧରାପଡ଼ିଥିଲା। ୨୦୧୭ ଜୁଲାଇ ମାସରେ ତିନି ଜଣ ବୁର୍ଖା ପିନ୍ଧା ଆତଙ୍କବାଦୀ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ଏକ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ନେଇଯାଇଥିଲେ। ସେହିପରି ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ମଧ୍ୟ ବୁର୍ଖା ପିନ୍ଧା ଆତଙ୍କବାଦୀମାନେ ପୁଲିସ ଷ୍ଟେସନ୍‍ ଉପରକୁ ଗ୍ରେନେଡ୍‍ ମାଡ଼ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories