www.samajalive.in
Sunday, December 7, 2025
23.1 C
Bhubaneswar

ଗ୍ରହ ଦୋଷ ଦୂର କରେ ମୟୂର ପୁଚ୍ଛ, କରନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ମୟୂର ପୁଚ୍ଛର ବିଶେଷ ମହତ୍ତ୍ବ ବର୍ଣ୍ଣନା କରାଯାଇଛି । ଯଦି ବିଧିପୂର୍ବକ ମୟୂର ପୁଚ୍ଛର ସ୍ଥାପିତ କରାଯାଏ ତେବେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଜାତକ (କୁଣ୍ଡଲି)ରେ ନବଗ୍ରହ ଶାନ୍ତ ହୋଇଥାନ୍ତି । ଘରର ଦ୍ବାର ଯଦି ବାସ୍ତୁ ବିରୋଧୀ ହୋଇଥାଏ ତେବେ ସେଠାରେ ୩ଟି ମୟୁର ପୁଚ୍ଛ ସ୍ଥାପିତ କରନ୍ତୁ ।

- Advertisement -

ଶନି ଦୋଷ : ଶନିବାର ଦିନ ୩ଟି ମୟୂର ପୁଚ୍ଛ ଆଣନ୍ତୁ । ମୟୂର ପୁଚ୍ଛର ତଳ ଭାଗରେ କଳା ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ଓ ୩ଟି ଗୁଆ ରଖନ୍ତୁ । ଗଙ୍ଗାଜଳ ଛିଞ୍ଚି ଶନିଦେବତାଙ୍କ ମନ୍ତ୍ର ଜପ କରନ୍ତୁ । ଏହା ସହ ତେଲରେ ୩ଟି ମାଟି ଦୀପ ଜଳାଇ ଗୁଲାବ ଜାମୁନ ଭୋଗ ଲଗାନ୍ତୁ । ଏହା ଦ୍ବାରା ଶନି ଦୋଷ ଦୂର ହୋଇଥାଏ ।

ଚନ୍ଦ୍ର ଦୋଷ : ସୋମବାର ୮ଟି ମୟୂର ପୁଚ୍ଛ ଆଣି ସେଥିରେ ଧଳା ରଙ୍ଗର ସୂତା ବାନ୍ଧନ୍ତୁ । ପରେ ଏକ ଥାଳିରେ ମୟୂର ପୁଚ୍ଛ ସହ ୮ଟି ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ଚନ୍ଦ୍ରମାଙ୍କ ମନ୍ତ୍ର ଜପ କରନ୍ତୁ । ୫ଟି ପାନ ପତ୍ର ଚନ୍ଦ୍ରମାଙ୍କୁ ଅର୍ପିତ କରନ୍ତୁ । ବର୍ଫିର ପ୍ରସାଦ ଚଢାନ୍ତୁ ।

ମଙ୍ଗଳ ଦୋଷ : ମଙ୍ଗଳବାର ଦିନ ୭ଟି ମୟୂର ପୁଚ୍ଛ ଆଣି ନାଲି ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ଏହି ମୟୂର ସହ ୭ଟି ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ମଙ୍ଗଳ ମନ୍ତ୍ର ଜପ କରି ଏକ ଅଶ୍ବତ୍ଥ ପତ୍ରରେ ଚାଉଳ ରଖି ମଙ୍ଗଳ ଗ୍ରହକୁ ଅର୍ପଣ କରନ୍ତୁ । ବୁନ୍ଦି ଭୋଗ ଲଗାନ୍ତୁ ।

ବୁଧ ଦୋଷ : ବୁଧବାର ଦିନ ୬ଟି ମୟୂର ପୁଚ୍ଛ ଆଣି ତାହାର ତଳ ଭାଗରେ ସବୁଜ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ୬ଟି ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ବୁଧ ଗ୍ରହ ମନ୍ତ୍ର ଜପ କରନ୍ତୁ । କଦଳୀ ପତ୍ରରେ ମିଠା ରୁଟି ଭୋଗ ଲଗାନ୍ତୁ ।

ଗୁରୁ ଦୋଷ : ଗୁରୁବାର ଦିନ ୫ଟି ମୟୂର ପୁଚ୍ଛ ଆଣି ସେଥିରେ ହଳଦିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ଓ ୫ଟି ଗୁଆ ନେଇ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ବୃହସ୍ପତି ମନ୍ତ୍ର ଜପ କରନ୍ତୁ । ପାଚିଲା କଦଳୀ ବୃହସ୍ପତି ଦେବତାଙ୍କୁ ଅର୍ପଣ କରନ୍ତୁ ଏବଂ ବେସନର ପ୍ରସାଦ ତିଆରି କରି ଗୁରୁ ଗ୍ରହକୁ ଭୋଗ ଲଗାନ୍ତୁ ।

ଶୁକ୍ର ଦୋଷ : ଶୁକ୍ରବାର ଦିନ ୪ଟି ମୟୂର ପୁଚ୍ଛ ଆଣି ଗୋଲାପି ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ୪ଟି ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ଶୁକ୍ର ଗ୍ରହ ମନ୍ତ୍ର ଜପ କରନ୍ତୁ । ୩ଟି ମିଠା ପାନ ଶୁକ୍ର ଦେବତାଙ୍କୁ ଅର୍ପିତ କରନ୍ତୁ । ଗୁଡରେ ପ୍ରସ୍ତୁତ ଚଣା ଭୋଗ ଲଗାନ୍ତୁ ।

ସୂର୍ଯ୍ୟ ଦୋଷ : ରବିବାର ଦିନ ୯ଟି ମୟୂର ପୁଚ୍ଛ ଆଣି ମେରୁନ୍ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ୯ଟି ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ସୂର୍ଯ୍ୟ ଦେବତାଙ୍କ ମନ୍ତ୍ର ଜପ କରନ୍ତୁ । ଏହା ପରେ ୨ଟି ନଡିଆ ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରନ୍ତୁ ।

ରାହୁ ଦୋଷ : ଶନିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ୨ଟି ମୟୂର ପୁଚ୍ଛ ଆଣ ମାଟିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ଦୁଇଟି ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ୨୧ ଥର ରାହୁ ମନ୍ତ୍ର ଜପ କରନ୍ତୁ । ଚାରି ମୁଖୀ ଦୀପ ଜଳାନ୍ତୁ ଏବଂ କୌଣସି ମିଠା ଭୋଗ ଲାଗି ପାରିବେ ।

କେତୁ ଦୋଷ : ଶନିବାର ଦିନ ସୂର୍ଯ୍ୟ ଅସ୍ତ ହେବା ପରେ ଗୋଟିଏ ମୟୂର ପୁଚ୍ଛ ଆଣି ପାଉଁଶିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ଗୋଟିଏ ଗୁଆ ରଖି ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ପରେ ୨୧ ଥର କେତୁ ମନ୍ତ୍ର ଜପ କରି ଦୁଇଟି ପାଣି କଳସ ରାହୁଙ୍କୁ ଅର୍ପଣ କରନ୍ତୁ । ଫଳ ପ୍ରସାଦ ରୂପେ ଚଢାନ୍ତୁ ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories