www.samajalive.in
Wednesday, December 10, 2025
16.1 C
Bhubaneswar

ଗାନ୍ଧୀମାର୍ଗରେ ମାଣବସା ପାଳିଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍‍ ୱାର୍କର୍ସ ଆସୋସିଏସନ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘଦିନର ଦାବିଗୁଡ଼ିକ ପ୍ରଦାନ କରିଥିଲେ ସୁଦ୍ଧା ସରକାର ପୂରଣ କରିବା ଦିଗରେ ଟାଳଟୁଳ ନୀତି ଗ୍ରହଣ କରି ଆସୁଛନ୍ତି। ଏହି ପ୍ରତିବାଦରେ ଦୀର୍ଘ ୧୮ ଦିନ ଧରି ଶୀତ କାକରରେ ଗଣଧାରଣାରେ ବସି ରହିଥିବା କର୍ମୀମାନେ ରାଜରାସ୍ତାରେ ଗୁରୁବାର ମାଣବସା ପାଳନ କରିଛନ୍ତି।
ଯାଜପୁର ଜିଲାରୁ ବହୁ ସଂଖ୍ୟାରେ କର୍ମୀମାନେ ଏହି ଧାରଣାରେ ଯୋଗଦାକୁ ଆସିଥିବା ଅବସରରେ ମାଣବସା ପୂଜା ଧାରଣା ସ୍ଥଳରେ କରି ଜନସାଧାରଣଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, ଯାଜପୁର ଜିଲା ସମ୍ପାଦିକା କଲ୍ୟାଣୀ ମହାନ୍ତି, ଜିଲା ସଭାନେତ୍ରୀ ସବିତା ପାଢ଼ୀ, ଦୀପ୍ତି ସାହୁ, ରଶ୍ମିତା ହେମ୍ବ୍ରମ, କନକଲତା ମହାନ୍ତି, ଜ୍ୟୋତ୍ସ୍ନା ରାୟ, ଶୁଭସ୍ମିତା ରାଉତରାୟ, ପ୍ରଣତୀ ଦାସ କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଉଦ୍‍ବୋଧନ ଦେଇଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories