www.samajalive.in
Saturday, December 6, 2025
23.1 C
Bhubaneswar

କ୍ରିୟା-ପ୍ରତିକ୍ରିୟା

ଦୈନନ୍ଦିନ ଜୀବନରେ ଆମେ ପ୍ରତ୍ୟହ କିଛି ନା କିଛି କର୍ମ କରିଥାଉ। କର୍ମର ପରିଣାମରୂପୀ କଷଟି ପଥରରେ ପରୀକ୍ଷିତ ହୋଇ ଅର୍ଥାତ ଏହାର ଫଳାଫଳରୁ ଭଲ ଅବା ମନ୍ଦ ପ୍ରତିପାଦିତ ହୋଇଥାଏ। କର୍ତ୍ତାଙ୍କୁ କର୍ମର ଭଲ ଅବା ମନ୍ଦ ଫଳ ଭୋଗ କରିବାକୁ ହୋଇଥାଏ। ଏହା ଅବିସମ୍ବାଦିତ ସତ୍ୟ ଯେ ପ୍ରତ୍ୟେକ କ୍ରିୟାର କିଛି ନା କିଛି ପ୍ରତିକ୍ରିୟା ଅଛି। ସୁଖଶାନ୍ତି ପାଇବା ପରିବର୍ତ୍ତେ ଦୁଃଖ, ଅଶାନ୍ତି ଭିତରେ ଜଳିଜଳି ଜିଇବାର କାରଣ ଅନୁଧ୍ୟାନ କଲେ ଆଖି ସାମନାକୁ ଆସିଥାଏ ମୁଖ୍ୟତଃ ଏକ ପ୍ରସଙ୍ଗ- ଅନ୍ୟର ଶ୍ରୀ ଦେଖି ଅସହଣି ମନୋଭାବ ପୋଷଣ- ପରଶ୍ରୀକାତରତା। ଏମିତି ଦେଖିଲେ ଏହି କୁଗୁଣ କେବଳ ଏହାର ଭୋକ୍ତାଙ୍କୁ ହିଁ ଅତିମାତ୍ରାରେ ପ୍ରଭାବିତ କରିଥାଏ, କିନ୍ତୁ ଯାହାଙ୍କ ବିରୋଧରେ ଈର୍ଷା କି ଅସୂୟା ପ୍ରକାଶ କରାଯାଏ, ତାଙ୍କର ସାମାନ୍ୟତମ କ୍ଷତି ହୋଇନଥାଏ।
ଏ ସମ୍ପର୍କରେ ଗ୍ରୀସ ଦେଶର ନିମ୍ନୋକ୍ତ କାହାଣୀ। କ୍ରୀଡ଼ା ପ୍ରତିଯୋଗିତାରେ ବିଶେଷ ପାରଦର୍ଶିତା ହାସଲ କରିଥିବା ଜଣେ ପ୍ରତିଯୋଗୀଙ୍କର ଆକସ୍ମିକ ବିୟୋଗ ହେଲା। ରାଷ୍ଟ୍ରର ଗୌରବ ବଢ଼ାଇଥିବା ପ୍ରତିଯୋଗୀଙ୍କର ଏକ ସୁଦୃଶ୍ୟ ମାର୍ବଲ ପ୍ରତିକୃତି ସହର ଉପକଣ୍ଠ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ସ୍ଥାପିତ ହେଲା। ଏହି ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କର ଏହା ଦେଖି ଖୁବ୍‌ ଈର୍ଷା ହେଲା। ପ୍ରତିମୂର୍ତ୍ତିଟିକୁ କୌଣସି ପ୍ରକାରେ ସେ ସ୍ଥାନରେ ରଖାଇ ନଦେବାକୁ ସେ ଦୃଢ଼ପ୍ରତିଜ୍ଞ ଥିଲେ। ଦିନେ ଏକ ବର୍ଷଣମୁଖର ରାତିରେ ସେ ହାତୁଡ଼ି ଓ ନିହାଣ ନେଇ ପ୍ରତିମୂର୍ତ୍ତିର ନିମ୍ନଭାଗକୁ ହାଣିବାକୁ ଲାଗିଲେ ଏହାକୁ ଧରାଶାୟୀ କରିବା ଉଦ୍ଦେଶ୍ୟରେ। ଏକ ଧ୍ୟାନରେ ତଳୁ ହାଣୁଥାନ୍ତି। କେତେବେଳେ ଅର୍ଦ୍ଧାଧିକ ଅଂଶ ହାଣିହୋଇ ଗଲାଣି ତାହା ଜାଣିପାରି ନଥିଲେ। ଶେଷରେ ଏଇଆ ହେଲା ଯେ ମାର୍ବଲର ବିରାଟ ପ୍ରତିମୂର୍ତ୍ତିଟି ତାଙ୍କରି ଉପରେ ହିଁ ଭାଙ୍ଗି ପଡ଼ିଲା। ଏଥିରୁ ବଞ୍ଚିବାର ଉପାୟ ନଥିଲା। ପ୍ରତିମୂର୍ତ୍ତି ତଳେ ଚାପି ହୋଇ ବିଚରା ଈର୍ଷାଳୁ ଲୋକଟି ପ୍ରାଣ ହରାଇଥିଲେ। ପରଦିନ ପ୍ରତ୍ୟୁଷରୁ ସ୍ଥାନୀୟ ଲୋକେ ଭୂତଳଶାୟୀ ହୋଇଥିବା ପ୍ରତିମୂର୍ତ୍ତି, ମୃତବ୍ୟକ୍ତିଙ୍କ ହାତରେ ବଟାଳି ଓ ନିହାଣରୁ ସବୁକିଛି ଅବଗତ ହୋଇଥି​‌ଲେ‌।
ଖାଲି ଈର୍ଷା ନୁହେଁ, ଜ୍ଞାତସାରରେ ଅବା ଅଜ୍ଞାତସାରରେ ଯାହା କିଛି କର୍ମ କରାଯାଇଥାଏ। ତା’ର ଫଳ ଅବଶ୍ୟ ଭୋଗ କରିବାକୁ ହୋଇଥାଏ। ପରମାତ୍ମା ଆନନ୍ଦସାଗର ଅଟନ୍ତି। ମଣିଷର ପ୍ରତ୍ୟେକଟି କର୍ମକୁ ସେ ‘ସାକ୍ଷୀ’ ଭାବରେ ନିରୀକ୍ଷଣ କରୁଥାନ୍ତି। ମଣିଷର ସକଳପ୍ରକାର ନାରକୀୟ ଅଥବା ଦେବୋପମ କାର୍ଯ୍ୟର ସେ ହିଁ ଏକମାତ୍ର ଦ୍ରଷ୍ଟା। କୌଣସି କଥା ତାଙ୍କର ଦୃଷ୍ଟିକୁ ଏଡ଼ା ହୋଇନଥାଏ। ଏହାକୁ ଦୃଷ୍ଟିରେ ରଖି ଅନ୍ୟର କ୍ଷତିସାଧନ କରିବା ଭଳି ହୀନକାର୍ଯ୍ୟ, ଈର୍ଷା, ଅସୂୟା, ହିଂସା, ​‌ଦ୍ଵେଷ ଇତ୍ୟାଦିରୁ ନିଜକୁ ମୁକ୍ତ ରଖିବା ସର୍ବାଦୌ ଆବଶ୍ୟକ। କୁପ୍ରବୃତ୍ତିର ଦାସତ୍ବ ସ୍ବୀକାର କରି ଯେଉଁମାନେ ଏଭଳି କାର୍ଯ୍ୟ କରିଥାନ୍ତି ସେମାନଙ୍କର ପତନ ଅନିବାର୍ଯ୍ୟ। ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି- ଏହାକୁ ସର୍ବଦା ସମ୍ମୁଖରେ ରଖିବା ବିଜ୍ଞୋଚିତ କାର୍ଯ୍ୟ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories