କାଶ୍ମୀରରେ ବରଫପାତ, ୧୮ ପର୍ଯ୍ୟଟକ ଉଦ୍ଧାର

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଓ କିସ୍ତ୍‍ୱାଡ୍‍ ଜିଲାରେ ଅଚାନକ ବରଫପାତ ହେବାଫଳରେ ସଂଖ୍ୟାଧିକ ପର୍ଯ୍ୟଟକ ସେଠାରେ ଫସିଯାଇଥିବା ଜଣାପଡିଛି। ତେବେ ପୁଲିସ ସହାୟତାରେ ଏହି ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଶନିବାର ଏହି ପର୍ଯ୍ୟଟକମାନେ ଛଅଟି ଗାଡିରେ ଅନନ୍ତନାଗରୁ କିସ୍ତ୍‍ୱାଡ୍‍ ଫେରୁଥିବାବେଳେ ହଠାତ ବର୍ଷା ଓ ତତ୍‍ଜନିତ ବରଫପାତ ହେବାରୁ ସେମାନେ ଅଧାବାଟରେ ଅଟକି ଯାଇଥିଲେ। ଏହି ରାସ୍ତାରେ ବିଭିନ୍ନ ମୋବାଇଲ କମ୍ପାନୀ ପକ୍ଷରୁ କେବୁଲ ବିଛାଇବା କାର୍ଯ୍ୟ ଜାରି ରହିଥିବାରୁ ଅନନ୍ତନାଗ-କିସ୍ତୱାଡ୍‍ ରାସ୍ତା ଖରାପ ହେବାରେ ଲାଗିଛି। ତେଣୁ ପୁଲିସ ପକ୍ଷରୁ ଏହି କମ୍ପାନୀଗୁଡିକୁ ଚେତାବନୀ ଦିଆଯାଇଛି।

Leave A Reply