BJD Bijuli 480×75 Mob

କାଳ ବୈଶାଖୀ, ଜୀବନଯାତ୍ରା ପ୍ରଭାବିତ

BJD Bijuli 480×75 Mob
0

ଜଗତପୁର/କଟକସଦର  : ଜଗତପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ କାଳବୈଶାଖୀ ପ୍ରଭାବରେ ପ୍ରଭୁତ କ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଡାଳ ଭାଙ୍ଗି ପଡ଼ିବା ସହ କୁଆପଥର ବର୍ଷା ହୋଇଥିଲା। ଏଥିପାଇଁ ପ୍ରାୟ ଦୀର୍ଘ ସମୟ ଧରି ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହୋଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଗଛ କଟାଯାଇ ରାସ୍ତା ସଫା କରାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଖାଲୁଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ସେହିସବୁ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ସେହିପରି କାଳ ବୈଶାଖୀ ସହ ବର୍ଷା ଓ କୁଆପଥର ବୃଷ୍ଟି ହେବାରୁ ସଦର ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅପରାହ୍ଣ ପ୍ରାୟ ସାଢ଼େ ୪ ଟାରୁ ଆକାଶରେ କଳା ହାଣ୍ଡିଆ ବାଦଲ ସହ ହଠାତ କୁଆପଥର ବର୍ଷା ହୋଇଥିଲା। ୧ ଘଣ୍ଟା ଧରି ପବନ ଲାଗି ରହିଥିଲା।
କୁଆପଥର ମାଡ଼ ଯୋଗୁଁ ୧୬ ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। କୁଆପଥରର ମାଡ଼ରେ ୪ଟି ଅଟୋ ଏବଂ ୬ଟି କାରର କାଚ ଭାଙ୍ଗିରୁଜି ଯାଇଛି। ସେହିପରି କେତେକ ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେତେକ ସ୍ଥାନରେ ବିଦ୍ୟୁତ୍‍ ଖୁଣ୍ଟ ଉପୁଡି ପଡ଼ିଥିବାବେଳେ ଗଛ ଡାଳ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଶେଷକରି କାଳବୈଶାଖୀ ଯୋଗୁଁ ଧାକୁଲେଈ ଯାତ୍ରା ପ୍ରଭାବିତ ହୋଇଥିଲା। ମେଘ ସାଙ୍ଗକୁ ବିଦ୍ୟୁତ କଟିଯିବା ଫଳରେ ପସରା ମେଲାଇ ବସିଥିବା ୭ଶହରୁ ଊର୍ଦ୍ଧ୍ବ ଦୋକାନୀ ସମସ୍ୟାରେ ପଡ଼ିଥିଲେ। ବର୍ଷା ଛାଡ଼ିବା ପରେ ଜନ ଗହଳି ବଢ଼ିଥିଲେ ବି ବିଦ୍ୟୁତ ଆସିବା ବିଳମ୍ବ ଯୋଗୁଁ ଯାତ୍ରାରେ ଦର୍ଶକଙ୍କର ଉତ୍ସାହ ନ ଥିଲା।

Leave A Reply