କାନ୍ଦି କାନ୍ଦି ଭୁଲ ମାଗିଲେ ସ୍ମିଥ

0

ନୂଆଦିଲ୍ଲୀ: ବଲ୍‍ ଟ୍ୟାମ୍ପରିଂ ବିବାଦରେ ଅଧିନାୟକ ପଦ ହରାଇବା ସହ ବର୍ଷେ କାଳ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ସିଡନୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା ସମୟରେ ସ୍ମିଥ ସମ୍ପୂର୍ଣ୍ଣ ବିବାଦ ପାଇଁ କ୍ଷମା ମାଗିବା ସମୟରେ ସେ କାନ୍ଦି ପକାଇଥିଲେ। ଅଷ୍ଟ୍ରେଲିଆ ଦଳର ଅଧିନାୟକ ରୂପେ ସେ ପୂରା ବିବାଦ ଲାଗି ନିଜକୁ ଦାୟୀ କରିଥିବା ସ୍ମିଥ କହିଥିଲେ। ଭୁଲ ନିଷ୍ପତ୍ତି ନେବା ଓ ଏହାର ପରିଣାମ ଭୋଗିବାକୁ ପଡ଼ିଲା ବୋଲି ସ୍ମିଥ ପୁଣି କହିଥିଲେ। କ୍ରିକେଟ ପ୍ରେମୀ ତାଙ୍କୁ କ୍ଷମା ଦେବେ ଓ ସେ ସମ୍ମାନର ସହ କ୍ରିକେଟ ମଇଦାନକୁ ଫେରିବେ ବୋଲି ସ୍ମିଥ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିରୁଦ୍ଧ ତୃତୀୟ ଟେଷ୍ଟ ମ୍ୟାଚରେ ବଲ୍‍ ଟ୍ୟାମ୍ପରିଂ ବିବାଦ ହେବା ପରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ନରଙ୍କ ଉପରେ ଏକବର୍ଷ ପର୍ଯ୍ୟନ୍ତ ବାସନ୍ଦ କରିଛି। ସେହିପରି ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‍ରୁ ମଧ୍ୟ ଏମାନଙ୍କୁ ବାଦ ଦିଆଯାଇଛି।

Leave A Reply