କାଠୁଆ ଗଣବଳାତ୍କାର ମାମଲା:୮ଅଭିଯୁକ୍ତଙ୍କୁ କୋର୍ଟରେ ହାଜର

0

ଚଣ୍ଡିଗଡ଼: କାଠୁଆ ଗଣବଳାତ୍କାର ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ଗୁରୁବାର ପଞ୍ଜାବ ପଠନକୋର୍ଟକୁ ନିଆଯାଇଛି। ଏହି ମାମଲାର ବିଚାର ପ୍ରକ୍ରିୟା ପଠାନକୋର୍ଟରେ ଚାଲୁଥିବାବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ମନ୍ୟବର ସୁପ୍ରିମ କୋର୍ଟର ନିର୍ଦେଶ ଅନୁଯାୟୀ ଉକ୍ତ ମାମଲାକୁ ଜମ୍ମୁ ଉଚ୍ଚ ନ୍ୟାୟାଳୟରୁ ପଠାନକୋର୍ଟ ଜିଲା କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ପଠାନ କୋର୍ଟ ଜିଲା ଜଜ ଉକ୍ତ ମାମଲାର ଶୁଣାଣି ରୁଦ୍ଧ କୋଠରୀରେ ପ୍ରତିଦିନ ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲା। ଏ ସମ୍ପର୍କରେ ଜଡ଼ିତ ଅନ୍ୟାନ୍ୟ ମାମଲାଗୁଡ଼ିକ ମଧ୍ୟ କେବଳ ପଠାନକୋର୍ଟ ଜିଲା ଜଜଙ୍କ ନିକଟରେ ଶୁଣାଣି କରିବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶରେ ଉଲ୍ଲେଖ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଉକ୍ତ କୋ ର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave A Reply