BJD Bijuli 480×75 Mob

କରୋନା ଆଇସୋଲେସନରେ ଶିଶୁରୋଗୀର ମୃତ୍ୟୁ

BJD Bijuli 480×75 Mob

ବୁର୍ଲା: ବୁର୍ଲା ଭିମସାରର କରୋନା ଆଇସୋଲେସନ ବିଭାଗରେ ପୁଣି ଜଣେ ଶିଶୁ ରୋଗୀର ମୃତ୍ୟୁ ଘଟିଛି। ସେହି ନାବାଳକ ରୋଗୀ ଜଣକ ସୁନ୍ଦରଗଡ ଜିଲ୍ଲା ସବଡେଗା ଅଞ୍ଚଳରୁ କରୋନା ସନ୍ଦିଗ୍ଧ ଭାବରେ ଆସି ବୁର୍ଲା ଭିମସାରର କରୋନା ନୋଡ଼ାଲ ସେଣ୍ଟରର ଆଇସୋଲେସନରେ ଥିଲେ। ତେବେ ଗତ କିଛି ଦିନ ମଧ୍ୟରେ ଭିମସାରର କରୋନା ଆଇସୋଲେସନରେ ସମୁଦାୟ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା ଜଣାପଡିଛି। ଗତକାଲି ସଂନ୍ଧ୍ୟା ସମୟରେ ସୁନ୍ଦରଗଡ ସବଡେଗାରୁ ଜଣେ(୧୧) ବର୍ଷ ବୟସର ନାବାଳକଙ୍କୁ କରୋନା ସନ୍ଦିଗ୍ଧ ଭାବରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ମେଡ଼ିକାଲରୁ ବୁର୍ଲା ଭିମସାରର କରୋନା ନୋଡ଼ାଲ ସେଣ୍ଟରର ଆଇସୋଲେସନକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହି ନାବାଳକର ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରରେ କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ନାବାଳକ ଜଣକ ଗତ ରାତିରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଭିମସାର ହସପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ନାବାଳକ ରୋଗୀ ସିଭିୟର ଏକ୍ୟୁଟ ରେସ୍ପିରାଟୋରୀ ସିଣ୍ଡ୍ରୋମ ଇନଫେକ୍ସନରେ ଗୁରୁତର ଅବସ୍ଥାରେ ପ୍ରେରିତ କରାଯାଇଥିଲା ଏବଂ ତାର ମୃତ୍ୟୁ ଘଟିଥିବା ସୁଚନା ଦେଇଛନ୍ତି।

Comments are closed.