ଓଡ଼ିଆ ସମାଜର ମହାନାୟକ ଥିଲେ ପଣ୍ଡିତ ଗୋପବନ୍ଧୁ – ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପିଲାଟି ଦିନରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜର ସର୍ବସ୍ୱ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ କରିଥିଲେ। ଭାରତ ବର୍ଷରେ ଏଭଳି ଜଣେ ମଣିଷ ବିରଳ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ପୂଣ୍ୟତିଥୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ଅମୁଲ୍ୟ ବ୍ୟକ୍ତିମାନଙ୍କ କାଳଜୟୀ ସୃଷ୍ଟିକୁ ସମସ୍ତଙ୍କ ପାଖରେ ପହଂଚାଇବା ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ।

ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ, ଜୀବନୀ ଓ କୃତ୍ତି ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି।

Comments are closed.