ପାର୍ବଣକୁ ଦୃଷ୍ଟିରେ ରଖି ପୁଲିସ ସହାୟତା ନଂ ଜାରି
ସମ୍ବଲପୁର: ପାର୍ବଣ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ସମ୍ବଲପୁର ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଜନତାଙ୍କ ପାଇଁ ଏକ ସହାୟତା ନଂ ଜାରି କରାଯାଇଛି। ଦଶହରା ଉତ୍ସବ ସମୟରେ ଜରୁରୀ କାଳୀନ ପରିସ୍ଥିତିରେ ଜନତାଙ୍କଠାରୁ ସୂଚନାପ୍ରାପ୍ତ କରି ତ୍ୱରିତ ପଦକ୍ଷେପ ସହିତ ସହାୟତା କରିବା ଏକୀକୃତ ପୁଲିସ ନିୟନ୍ତ୍ରଣ କକ୍ଷ କରାଯାଇଛି। ଏହି ନିୟନ୍ତ୍ରଣ କକ୍ଷକୁ ଯୋଗାଯୋଗ ପାଇଁ ସହାୟତା ନଂ ୮୨୮୦୮୯୬୫୨୮ କୁ ସମ୍ପର୍କ କରି ସହାୟତା ପାଇପାରିବେ ବୋଲି ସମ୍ବଲପୁର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.