www.samajalive.in
Saturday, December 6, 2025
23.1 C
Bhubaneswar

ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସମାଜ ଡିଜିଟାଲ ଡେସ୍କ: କନ୍ଧମାଳ ଜିଲା ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ରାଜ୍ୟ ପୁଲିସ ଘଟଣାକୁ ଗୁରୁତର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଜିପି ୱାଇ.ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଗ୍ରହଣ କରିଛି । ଯୁବକଙ୍କୁ ପିଟି ପିଟି ପୁଲିସ ମାରିବା ପରେ ଘାଟିରୁ ଫିଙ୍ଗି ଦେଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ । ମୃତ ଯୁବକ ଜଣଙ୍କ ହେଲେ ଜ୍ୟେଷ୍ଠ ଗଣ୍ଡୋକି । ଗତ ୨୮ ତାରିଖ ଡାଙ୍ଗଣାମୁ ଘାଟି ତଳୁ ମୃତଦେହ ଉଦ୍ଧାର ହେବା ପରେ ଏହି ଘଟଣାରେ ଗୋଚ୍ଛାପଡା ଥାନାର ଏସଆଇ ଓ ହାବିଲଦାର ନିଲମ୍ବିତ ହୋଇଛନ୍ତି । ଅବହେଳା ପାଇଁ ୩ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories