www.samajalive.in
Saturday, December 6, 2025
17.1 C
Bhubaneswar

ଓଏଚ୍‌ପିସି, ଓପିଜିସି ପକ୍ଷରୁ ଶୁଳ୍କ ବୃଦ୍ଧି ପ୍ରସ୍ତାବ

ଭୁବନେଶ୍ବର: ଆସନ୍ତା ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବିଦ୍ୟୁତ ଶୁଳ୍କ ନିର୍ଦ୍ଧାରଣ ଲାଗି ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ଉପେନ୍ଦ୍ରନାଥ ବେହେରା ଏବଂ ଦୁଇ ସଦସ୍ୟ ଅଶ୍ବିନୀ କୁମାର ଦାସ ଓ ସୌରୀକାନ୍ତ ପାଢ଼ୀଙ୍କ ଉପସ୍ଥିତିରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଏଚ୍‌ପିସି ପକ୍ଷରୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆବଶ୍ୟକତା ଏବଂ ଏଥିପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ଓଏଚ୍‌ପିସି ପକ୍ଷରୁ ମାଛକୁଣ୍ଡ ଜଳଭଣ୍ଡାରକୁ ବାଦ୍‌ ଦେଲେ ଅନ୍ୟ ଜଳବିଦ୍ୟୁତ ପ୍ରକଳ୍ପରୁ ୫୫୪୫.୮୩୬ ମିଲିଅନ୍ ୟୁନିଟ୍‌ ବିକ୍ରି କରିବାକୁ ଯୋଜନା କରାଯାଇଥିବା ଆୟୋଗଙ୍କ ନିକଟରେ ଆବେଦନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆବଶ୍ୟକତା ୫୫୩.୨୨୧ କୋଟି ଟଙ୍କା ଭରଣା କରାଯିବା ନିମନ୍ତେ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୯୯.୭୫ ପଇସାକୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି।
ଓଏଚ୍‌ପିସିର ଏହି ପ୍ରସ୍ତାବକୁ ଦୃଢ଼ ଭାବରେ ବିରୋଧ କରାଯାଇଥିଲା। ପ୍ରତିବାଦକାରୀ ଆର୍‌ ପି ମହାପାତ୍ର କହିଥିଲେ, ହୀରାକୁଦ୍‌ର ଜଳବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ମାଛକୁଣ୍ଡ ଜଳଭଣ୍ଡାର ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି କରାଯିବା ଲାଗି ଓଏଚ୍‌ପିସି ପକ୍ଷରୁ କୋଟି କୋଟି ଟଙ୍କାର ଉପକରଣ କ୍ରୟ କରାଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉନାହିଁ। ରାଜସ୍ବ ବୃଦ୍ଧି କରିବା ଲାଗି ଓଏଚ୍‌ପିସି ବ୍ୟାଙ୍କ୍‌ରୁ ଅଧିକ ହାରରେ ସୁଧ ଆଣୁଛି। ତେଣୁ କମ୍‌ ସୁଧ ହାରରେ ବିଭିନ୍ନ ସୂତ୍ରରୁ ପୁଞ୍ଜି ସଂଗ୍ରହ କରିବା ଲାଗି ନିୟାମକଙ୍କ ଆଇନ୍‌ରେ ପରିବର୍ତ୍ତନ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଅନ୍ୟତମ ପ୍ରତିବାଦୀ ରମେଶ ଶତପଥୀ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ, ଓଏଚ୍‌ପିସି ନିଜସ୍ବ ଜମିକୁ ବିନିଯୋଗ କରି ସେଥିରୁ ପୁଞ୍ଜି ସଂଗ୍ରହ କରିବାକୁ ଯେଉଁ ପ୍ରସ୍ତାବ ଦେଇଛି ତାହା ବାସ୍ତବରେ ସମ୍ଭବ ନୁହେଁ। ଓଏଚ୍‌ପିସିର ଅନେକ ଜମି ଜବରଦଖଲରେ ରହିଛି। ସେହିପରି ହୀରାକୁଦ୍‌ରୁ ବିଭିନ୍ନ ଶିଳ୍ପକୁ ପାରି ଦିଆଯାଉ ଥିଲେ ହେଁ ସେସବୁରୁ ଯେଉଁ ରାଜସ୍ବ ମିଳିବା କଥା ତାହା ଆସିପାରୁନାହିଁ। କମ୍ପାନୀମାନେ ହାଇକୋର୍ଟର ଦ୍ବାରସ୍ଥ ହେବା ଫଳରେ ଜଳସମ୍ପଦ ବିଭାଗ ଏହି ରାଜସ୍ବ ଆଦାୟ କରିପାରୁନାହିଁ। ଓଏଚ୍‌ପିସି ଉପରକୁ ଜଳସମ୍ପଦ ବିଭାଗ ଦାୟିତ୍ବ ହସ୍ତାନ୍ତର କରି ଚୁପ୍‌ ହୋଇ ରହିଛି। ଏହି ମାମଲା ତୁରନ୍ତ ଶୁଣାଣି କରାଯିବା ଲାଗି ହାଇକୋର୍ଟଙ୍କୁ ଅବଗତ କରାଯିବାକୁ ପଦକ୍ଷେପ ନିଆଯିବା ଦରକାର ବୋଲି ସେ ଯୁକ୍ତି ଦର୍ଶାଇଥିଲେ।
ସେହିପରି ଓପିଜିସି ପକ୍ଷରୁ ଅପରାହ୍ଣରେ ଶୁଣାଣି ସମୟରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇବ୍‌ ଥର୍ମାଲରୁ ୪୨୦ ମିଲିୟନ୍ ୟୁନିଟ୍‌ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଓପିଜିସି ୭୬.୯୪ କୋଟି ଟଙ୍କାର ଅଧିକ ରାଜସ୍ବକୁ ମିଶାଇ ୨୬୯.୫୭ କୋଟି ଟଙ୍କା ମୋଟ ଆବଶ୍ୟକତା ରହିଥିବା ଦର୍ଶାଯାଇଛି। ତେଣୁ ବିଦ୍ୟୁତ୍ ୟୁନିଟ୍‌ ପିଛା ୩.୧୫ ପଇସାକୁ ବୃଦ୍ଧି କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ତେବେ ଓପିଜିସିର ପ୍ରସ୍ତାବକୁ ବିରୋଧ କରି ଶ୍ରୀ ଶତପଥୀ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଓପିଜିସି ଯେହେତୁ ଏକ ସରକାରୀ ସଂସ୍ଥା, ଏଥିରେ ରାଜ୍ୟ ସରକାରଙ୍କର ୫୧% ଅଂଶଧନ ରହିଛି ତେଣୁ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories