www.samajalive.in
Friday, December 5, 2025
20.1 C
Bhubaneswar

ମଧୁବାବୁଙ୍କ ସ୍ୱପ୍ନ ଏବେ ବି ସାକାର ହୋଇନାହିଁ : ଜଷ୍ଟିସ୍‍ ପୂଜାହାରୀ

ସାଲେପୁର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରେ ଆଜି ତାଙ୍କର ୮୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ସନ୍ଧ୍ୟା ଅଧିବେଶନରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାହାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଯୋଗୁ ହିଁ ଆଜି ଭାରତବର୍ଷରେ ଓଡ଼ିଶାର ସୁନାମ ରହିଛି। ମଧୁବାବୁ ଉତ୍କଳର ବରପୁତ୍ର ହୋଇଥିଲେ ମଧ୍ୟ ଏବେବି ମଧୁବାବୁଙ୍କ ସ୍ୱପ୍ନ ସାକାର ହୋଇପାରି ନାହିଁ ବୋଲି ସେ କହିଥିଲେ। ଉତ୍କଳର ଗୌରବ ରକ୍ଷା ପାଇଁ ମଧୁବାବୁ ଯେଉଁ ଅପୂରଣୀୟ ତ୍ୟାଗ କରିଯାଇଛନ୍ତି, ତାହା ଆଗାମୀପିଢି ପାଇଁ ପଥ ପ୍ରଦର୍ଶକ ହେବ ବୋଲି କହିଥିଲେ। ମଧୁବାବୁ ବହୁ ଦୁଃଖକଷ୍ଟରେ ତାଙ୍କ ଜୀବନ ଅତିବାହିତ କରିଥିଲେ ମଧ୍ୟ ସ୍ୱାଭିମାନୀ ହୋଇଥିବାରୁ ସେ କେବେ କାହା ପାଖରେ ହାତ ପତାଇ ନ ଥିଲେ ବୋଲି ଜଷ୍ଟିସ୍‍ ପୂଜାହାରୀ କହିଥିଲେ।
ଅନ୍ୟତମ ଅତିଥି ଅକ୍ଷୟ ଦାସ ଯୋଗଦେଇ ପୀଠର ସମସ୍ୟା ସଂପର୍କରେ ବର୍ଣ୍ଣନା କରିବା ସହ ମଧୁବାବୁଙ୍କ ଜୀବନୀ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ ବୋଲି କହିଥିଲେ। କଟକ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଡା. ବିଭୂତିଭୂଷଣ ନାୟକ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ। ଦେବେନ୍ଦ୍ର ନାଥ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ସରୋଜ କୁମାର ମହାନ୍ତି ବିବରଣୀ ପାଠ କରିଥିଲେ। ପ୍ରଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଅନ୍ତେବାସୀ ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ। ସ୍ଥାନୀୟ ମଧୁସୂଦନ କଳାକେନ୍ଦ୍ରର ଛାତ୍ରଛାତ୍ରୀ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲା, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶା ପୁଲିସ ବିଭାଗର ଡି.ଜି. ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା, ଜଷ୍ଟିସ୍‍ ଡଃ ଦୁର୍ଗାପ୍ରସାଦ ଚୌଧୁରୀ ପ୍ରମୁଖଙ୍କ ନାମ ନିମନ୍ତ୍ରଣପତ୍ରରେ ଛପା ଯାଇଥିଲେ ମଧ୍ୟ ସେମାନେ ଯୋଗଦେଇ ନ ଥିଲେ।
ସେହିପରି ମଧୁସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡ. ଜେ.ପି. ଦାଶ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡଃ ବିଶ୍ୱଜିତ୍‍ ଯୋଗଦେଇଥିଲେ। ସେ କହିଥିଲେ ଯେ ମହାରାଷ୍ଟ୍ରର ସେବାଗ୍ରାମ ଠାରେ ଏକ ସଭାରେ ମହାତ୍ମା ଗାନ୍ଧୀ ମଧୁବାବୁଙ୍କୁ ଭାରତର ଲିଓ ଟଲ୍‍ଷ୍ଟୟ ବୋଲି ଅଭିହିତ କରିଥିଲେ। କସ୍ତୁରବା ଟ୍ରଷ୍ଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଗାୟତ୍ରୀ ଦାଶ ଯୋଗଦେଇ ମଧୁବାବୁଙ୍କୁ ଭାରତ ରତ୍ନ ଦିଆଯିବା ସହ ତାଙ୍କ ଜନ୍ମପୀଠକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିବାକୁ ଦାବି କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories