www.samajalive.in
Friday, December 5, 2025
26.1 C
Bhubaneswar

ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟରେ ୨ଟ୍ରକ ରଥକାଠ ପୁରୀରେ ପହଞ୍ଚିଛି। ସେଥିରେ ୨୦ଟି ବାରଫୁଟିଆ ଅସନ, ୨୨ ବାରଫୁଟିଆ ଧଉରା, ୧୧ କୋଡିଏ ଫୁଟିଆ ଅସନ ଏବଂ ୪ଗୋଟି କୋଡିଏ ଫୁଟିଆ ଧଉରା କାଠ ରହିଛି। ଚଳିତବର୍ଷ ଜୁଲାଇ ୪ତାରିଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକତା ରହିଛି।
ଗତବର୍ଷଠାରୁ କିଛି କାଠ ବଳକା ରହିଛି। ତେଣୁ ଚଳିତବର୍ଷ ୬୭୦ ଅସନ, ଧଉରା ଓ ଫାସିକାଠ ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଆଗାମୀ ବସନ୍ତ ପଞ୍ଚମୀ ତିଥିରେ ୩ଖଣ୍ଡ କାଠ ଅନୁକୂଳ କରାଯିବ। ନୟାଗଡ ଓ ଦଶପଲା ବନଖଣ୍ଡରୁ ଅବଶିଷ୍ଟ କାଠ ସଂଗ୍ରହ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପରମ୍ପରା ଅନୁଯାୟୀ ନୟାଗଡ ବଡରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ ପାଇଁ କାଠକଟା ଆରମ୍ଭ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories