www.samajalive.in
Friday, December 5, 2025
27.1 C
Bhubaneswar

ସିବିଆଇର ସ୍ବଚ୍ଛତା ବଜାୟ ରହୁ:ବିଜେଡି

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସିବିଆଇ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଦେଶବ୍ୟାପୀ ଅାଲୋଡ଼ନ ସୃଷ୍ଟି ହୋଇଥିବାବେଳେ ବିଜୁ ଜନତା ଦଳ ଏହାକୁ ନାପସନ୍ଦ କରିଛି। ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ପଶ୍ଚିମବଙ୍ଗ ଘଟଣା ପରେ ସିବିଆଇ ଭଳି ସର୍ବୋଚ୍ଚ ସଂସ୍ଥାଗୁଡ଼ିକରେ ସ୍ବଚ୍ଛତା ବଜାୟ ରହୁ। ଆମ ପାଖରେ ପରିପକ୍ବ ଗଣତନ୍ତ୍ର ରହିଛି। ତେଣୁ ଏସବୁ ଘଟଣାରେ ବୃତ୍ତିଗତ କାର୍ଯ୍ୟଶୈଳୀ ବଜାୟ ରଖିବା ଆବଶ୍ୟକ। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ନିକଟରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସିବିଆଇ ଯେଭଳି ବୃତ୍ତିଗତ କାର୍ଯ୍ୟଶୈଳୀରୁ ବାହାରି ହଠାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜଣାପଡ଼ୁଛି।
ଦିଲ୍ଲୀରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଥିଲେ ସିବିଆଇ ଯେଭଳି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଗ୍ରହଣୀୟ ନୁହେଁ। ସିବିଆଇକୁ କେନ୍ଦ୍ର ସରକାର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପରିଲକ୍ଷିତ ହେଉଛି।
ମମତା ଓ ସିବିଆଇ ବିବାଦରେ ବିରୋଧୀ ଦଳଗୁଡ଼ିକ ମମତାଙ୍କ ସପକ୍ଷରେ ମୁହଁ ଖୋଲିଥିବାବେଳେ ବିଜେଡ଼ି ଏଥିରୁ ବାଦ ପଡ଼ିନାହିଁ। ତେବେ ବିଜେଡ଼ି ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ତଥ୍ୟ ଉପରେ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜାତୀୟ ସ୍ତରରେ ଏବଂ ଓଡ଼ିଶା ପରିପ୍ରେକ୍ଷୀରେ ସିବିଆଇ ଯେଭଳି ଆଭିମୁଖ୍ୟ ଗ୍ରହଣ କରୁଛି ସେଥିନେଇ ବିଜେଡ଼ି ଏହାର ମତ ରଖିଛି। ତେବେ ବିଜେଡ଼ିର ମତକୁ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକର ମତ ସହିତ ଯୋଡ଼ିବା ଠିକ ନୁହେଁ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories