www.samajalive.in
Saturday, December 6, 2025
15.1 C
Bhubaneswar

ଗୋପବନ୍ଧୁ ଭବନରେ ସଦ୍‌ଭାବନା ପଦଯାତ୍ରୀଙ୍କ ମାଲ୍ୟାର୍ପଣ

କଟକ: ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମ ପଞ୍ଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କ ସଦ୍‌ଭାବନା ପଦଯାତ୍ରା ବାହାରିଛି। ଭୁବନେଶ୍ୱରରେ ପହଞ୍ଚି ଏହି ପଦଯାତ୍ରୀ ଦଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।
ସୋମବାର ଏହି ଅଭିଯାତ୍ରୀ ଦଳ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନରେ ପହଞ୍ଚି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗତକାଲି ଅଭିଯାତ୍ରୀ ଦଳକୁ ମାଧପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ସମ୍ବର୍ଦ୍ଧିତ କରିଥିଲେ।
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଚମ୍ପାରଣ ସତ୍ୟାଗ୍ରହର ୧୦୦ବର୍ଷ ପୂର୍ତ୍ତି ଅବସରରେ ଏହି ପଦଯାତ୍ରୀ ଦଳ ଦୁର୍ନୀତିମୁକ୍ତ, ପ୍ରଦୂଷଣମୁକ୍ତ ଓ ନିଶାମୁକ୍ତ ସମାଜ ଗଠନ, ସ୍ୱାଧୀନତା ସଂଗ୍ରାମୀ ଓ ଅଣସଂଗ୍ରାମୀ ପରିବାରକୁ ସହାୟତା ଦେବା, ସ୍ୱତନ୍ତ୍ର ସ୍ମୃତିପୀଠ, ଗୋଚରଜମିର ପୁନରୁଦ୍ଧାର ସହିତ ଘାସଚାଷ, ଗାଁର ଉନ୍ନତି, ଭୂଦାନ ଜମିର ପୁନରୁଦ୍ଧାର ଓ ସଠିକ ଆବଣ୍ଟନ, କୃଷକ ଓ ଚାଷୀଙ୍କୁ ମର୍ଯ୍ୟାଦା, କଳା ସଂସ୍କୃତିର ପୁନରୁଦ୍ଧାର ଓ ବିକାଶ, ପଶ୍ଚିମଓଡ଼ିଶାର ବରଗଡ଼ରୁ ସୋହେଲା ଦେଇ ବିଜେପୁରକୁ ରେଳଲାଇନ ସଂଯୋଗ, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର କାର୍ଯ୍ୟାଳୟକୁ ପଶ୍ଚିମଓଡ଼ିଶାକୁ ନେବା, ହାଇକୋର୍ଟର ଏକ ବେଞ୍ଚ ପଶ୍ଚିମଓଡ଼ିଶାରେ ସ୍ଥାପନ ଉଦ୍ଦେଶ୍ୟରେ ପଦଯାତ୍ରାରେ ବାହାରିଛନ୍ତି।
ଚୁଡାମଣି ସାହୁଙ୍କ ନେତୃତ୍ୱରେ ଗୁରୁଦେବ ପ୍ରଧାନ, ଶେଷଦେବ ପ୍ରଧାନ, ଶ୍ରୀକାନ୍ତ ପଟେଲ, ସୁରେଶ ସେଠ୍‌, ଏକଲବ୍ୟ କାଲସା, ବିଶ୍ୱଜିତ ପ୍ରଧାନ, ପିଣ୍ଟୁ ପ୍ରଧାନ, ବିଜୁ ନାୟକ, ପ୍ରଦୀପ ନାଗ, ଗଜେନ୍ଦ୍ର ନାୟକ ପ୍ରମୁଖ ଆଜି ଗୁଣନିଧି ଭବନରେ ଯାତ୍ରୀଯାପନ କରିଛନ୍ତି। ଆସନ୍ତାକାଲି ସେମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories