ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଇଥାଏ। ମନରେ ସୁଧ ଭାବନା ରଖି ପ୍ରଭୁ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ଓ ବିଘ୍ନ ଦୂର ହୋଇଥାଏ। ଆମ ଦେଶରେ ଗଣେଶଙ୍କର ବହୁ ମନ୍ଦିର ରହିଛି। ବହୁ ମନ୍ଦିରମାନଙ୍କ ମଧ୍ୟରୁ ଏପରି ପ୍ରଭୁଙ୍କର ଏକ ମନ୍ଦିର ଅଛି, ଯେଉଁଠାରେ ତାଙ୍କୁ ମନୁଷ୍ୟ ରୂପରେ ପୂଜା କରାଯାଇଥାଏ।
ରାଜସ୍ଥାନର ରାଜଧାନୀ ଜୟପୁରରେ ପ୍ରଭୁଙ୍କର ଏହି ମନ୍ଦିର ରହିଛି। ଏହି ମନ୍ଦିରରେ ପ୍ରଭୁଙ୍କର ବିନା ଶୁଣ୍ଢ ଥିବା ପ୍ରତିମା ପୂଜାର୍ଚ୍ଚନା କରାଯାଏ। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଶୁଣ୍ଢ ନଥିବା କାରଣରୁ ଏଠାରେ ପ୍ରଭୁଙ୍କର ମନୁଷ୍ୟ ରୂପର ପ୍ରତିମା ପୂଜା କରାଯାଇଥାଏ। ପ୍ରତ୍ୟେକ ବୁଧବାର ଦିନ ଏହି ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ହୋଇଥାଏ। କାରଣ ବୁଧବାର ଦିନକୁ ଗଣେଶଙ୍କ ଦିନ ବୋଲି କୁହାଯାଇଥାଏ। ଏହି ମନ୍ଦିରରୁ ଜୟପୁର ସହରର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ। ମନ୍ଦିରର ନିକଟରେ ଥିବା ସମସ୍ତ ସ୍ଥାନ ଶାନ୍ତ ଓ ସୌନ୍ଦର୍ଯ୍ୟମୟ ଅଟେ। ଏଠାକୁ ଆସିଲେ ମନକୁ ଏକ ଅପୂର୍ବ ଶାନ୍ତି ମିଳିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ମନରେ ସକରାତ୍ମକ ଭାବନା ମଧ୍ୟ ଆସିଥାଏ। ଗଣେଶ ପୂଜା ଦିନ ଏହି ମନ୍ଦିରରେ ସ୍ୱତନ୍ତ୍ର ପୂଜା ହେବା ସହ ଭକ୍ତଙ୍କ ବହୁତ ଭିଡ଼ ହୋଇଥାଏ। ଏତଦ ବ୍ୟତୀତ ଗଣେଶ ପୂଜାର ଦ୍ୱିତୀୟ ଦିନରେ ମନ୍ଦିର ନିକଟରେ ମେଳାର ମଧ୍ୟ ଆୟୋଜନ ହୋଇଥାଏ। ଏହି ସମୟରେ ଏଠାକୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି।
ଏହି ମନ୍ଦିରରେ ପ୍ରଭୁ ବିଘ୍ନହର୍ତ୍ତା ମନୁଷ୍ୟ ରୂପରେ ପୂଜା ପାଆନ୍ତି
Popular Categories



