www.samajalive.in
Sunday, December 7, 2025
14.1 C
Bhubaneswar

“ଜିଏସଏଟି-୭ଏ’ର ଉତ୍‍କ୍ଷେପଣ; ଶକ୍ତିଶାଳୀ ହେବ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା(ଇସ୍ରୋ) ବୁଧବାର ଜିଏସଏଟି-୭ଏ ଉପଗ୍ରହ ଉତ୍‍କ୍ଷେପଣ କରି ପୁଣି ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଏହି ଉପଗ୍ରହ ଉତ୍‍କ୍ଷେପଣ ଦ୍ୱାରା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେବ। ଉକ୍ତ ଉପଗ୍ରହ ଭୂପୃଷ୍ଠରେ ଥିବା ରାଡାର ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ। ଭାରତୀୟ ବିମାନଗୁଡ଼ିକର ପରସ୍ପର ସହ ଯୋଗାଯୋଗ ସ୍ଥାପନ କ୍ଷେତ୍ରରେ ଏହି ଉପଗ୍ରହ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବ୍ୟତୀତ ଭାରତୀୟ ବାୟୁସେନାକୁ ବିଶ୍ୱର ଅନ୍ୟାନ୍ୟ ଦେଶର ଯୁଦ୍ଧ ବିମାନର ସ୍ଥିତି ଓ ସେମାନଙ୍କ ଗନ୍ତବ୍ୟ ଜାଣିବା କ୍ଷେତ୍ରରେ ଉପଗ୍ରହ ସହାୟକ ହେବ। ଏପରିକି ଏହି ଉପଗ୍ରହ ଦ୍ୱାରା ମାନବ ବିହୀନ ବିମାନ ସଂଞ୍ଚାଳନରେ ଯୁଗାନ୍ତକାରୀ ପରିବର୍ତ୍ତନ ହେବ। ପୂର୍ବରୁ ନୌସେନା ପାଇଁ ଇସ୍ରୋ ଅନୁରୂପ ଉପଗ୍ରହ “ରୁକ୍ମିଣୀ’କୁ ଉତକ୍ଷେପଣ କରିଛି। ବିଶ୍ୱରେ ଆମେରିକା, ରୁଷ ଓ ଚୀନ ପରି ଦେଶ ମଧ୍ୟ ଅନୁରୂପ ଉପଗ୍ରହ ସେମାନଙ୍କ ବାୟୁସେନା ପାଇଁ ପୂର୍ବରୁ ଉତ୍‍କ୍ଷେପଣ କରିଛନ୍ତି।
ଦୀର୍ଘ ୮ବର୍ଷ କାଳ ମହାକାଶରେ ଏହି ଉପଗ୍ରହ କାର୍ଯ୍ୟ କରିବ। ଲଞ୍ଚ୍‍ ହେବାର ମାତ୍ର ୧୯ମିନିଟ ମଧ୍ୟରେ ଏହି ଉପଗ୍ରହ ତା’ର କାର୍ଯ୍ୟ ଆରମ୍ଭ କରିବ।
ଜିଏସଏଟି-୭ଏ ଉପଗ୍ରହର କାଉଣ୍ଟଡାଉନ ଦୀର୍ଘ ୨୬ଘଣ୍ଟା ଚାଲିବ। ଉପଗ୍ରହର ଓଜନ ୨୨୫୦କେଜି ରହିଛି। ଉପଗ୍ରହକୁ ଜିଏସଏଲଭି ଏଫ୧୧ ଲଞ୍ଚର ସହାୟତାରେ ଲଞ୍ଚ୍‍ କରାଯିବ। ଶ୍ରୀହରିକୋଟା ଲଞ୍ଚପ୍ୟାଡ଼ରୁ ବୁଧବାର ଅପରାହ୍ଣ ୪ଟା ୧୦ମିରେ ଉକ୍ତ ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯିବ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories