ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ

ନବରଙ୍ଗପୁର: ନବରଙ୍ଗପୁରରେ ଶ୍ରୀଜୀଉଙ୍କ ବହୁଡାଯାତ୍ରା ପରେ ରବିବାର ଅର୍ଥାତ ପବିତ୍ର ବଡ଼ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ବଡ଼ଦାଣ୍ଡରେ ରଥ ଉପରେ ସମସ୍ତ ଭକ୍ତଙ୍କ ଗହଣରେ ପାଳିତ ହୋଇଯାଇଛି ଶ୍ରୀଜୀଉଙ୍କ ସୁନାବେଶ ଓ ଅଧରପଣା ନୀତି। ଆଜି ପ୍ରାତଃ ସମୟରୁ ନୀତି ସମ୍ପନ୍ନ ହେବାପରେ ଅପରାହ୍ଣ ୨.୩୦ ପର୍ଯ୍ୟନ୍ତ ରଥ ଉପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଅପରାହ୍ଣ ୩.୩୦ରୁ ଶ୍ରୀଜୀଉଙ୍କ ବେଶ ନୀତି ସମ୍ପନ୍ନ ହେବାପରେ ସନ୍ଧ୍ୟା ୬.୩୦ସମୟରୁ ରଥ ଉପରେ ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ନବରଙ୍ଗପୁର ରାଜ ପୁରୋହିତ ତଥା ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ମୁଖ୍ୟ ଉପଦେଷ୍ଟା ନରସିଂହ ନାଥ ତ୍ରିପାଠୀଙ୍କ ତତ୍ୱବାଧାନରେ ନବରଙ୍ଗପୁର ମା’ ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ସୁନାବେଶ ନୀତି ସମ୍ପନ୍ନ ହୋଇଥିଲା।

 

prayash

ଅନ୍ୟମାନଙ୍କ ମଧ୍ୟରେ ଦେବୋତ୍ତର ନିର୍ବାହି ଅଧିକାରୀ ରବୀନ୍ଦ୍ର କୁମାର ରାଉତ, ନବରଙ୍ଗପୁର ଦେବୋତ୍ତର ସଭାପତି ସୁବାସ ଚନ୍ଦ୍ର ସୁର, ପଣ୍ଡିତ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ମନ୍ଦିର ପୂଜକ ଶେଷ ଦେବ ବ୍ରହ୍ମା, ଜଗନ୍ନାଥ ବ୍ରହ୍ମା, ଦେବୀ ନାୟକ, ଲକ୍ଷ୍ମୀ ମନ୍ଦିର ପୂଜକ ରବିନ୍ଦ୍ର ନାଥ ଶତପଥୀ, କର୍ତ୍ତା ସନ୍ତୋଷ କୁମାର ସାହୁ, ସୁଧାକର ପାଢ଼ୀ, ସୁମିତ ହଡ଼ପ, ବାବୁଲା ତ୍ରିପାଠୀ, ତ୍ରୟନାଥ ତ୍ରିପାଠୀ, ଗେଲ୍ଲେଇ ତ୍ରିପାଠୀ, ଚିନୁ ଦାସ ବିଭୁତି ପାତ୍ର, ବଦ୍ରୀ ତ୍ରିପାଠୀ, ସ୍ୱରିତ ପାଣିଗ୍ରାହୀ, ଦିପୁ ତ୍ରିପାଠୀ, ପପୁ ତ୍ରିପାଠୀ, ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ସତ୍ୟବାଦୀ ଷଡଙ୍ଗୀ, ତ୍ରିପତି ସ୍ୱାଇଁ, ଗଗନ ସୌରା, ସାଗର ଖୁଣ୍ଟିଆ, ସନ୍ତୋଷ ମହାଙ୍କୁଡ, ଗଣାପତି ଗୌଡ଼, ନରସିଂହ ଗୌଡ଼, ଚୈତନ୍ୟ ନାୟକ, ଭାଗିରଥି ନାୟକ, ମୀନ ନାୟକ, ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ଉପଦେଷ୍ଟା ରାଜେନ୍ଦ୍ର ତ୍ରିପାଠୀ, ନିଯୋଗ ସଭାପତି ନରେଶ କୁମାର ତ୍ରିପାଠୀ, ଉପ ସଭାପତି ଭବାନୀ ଶତପଥୀ, ସମ୍ପାଦକ କୁନା ପାତ୍ର , ଦୁର୍ଗା ତ୍ରିପାଠୀ, ପ୍ରମିସ ତ୍ରିପାଠୀଙ୍କ ସମେତ ନିଯୋଗର ସମସ୍ତ ସଦସ୍ୟଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ତହସିଲ କର୍ମଚାରୀ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ। ଏହି ସୁନାବେଶ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

kalyan agarbati

Comments are closed.