BJD Bijuli 480×75 Mob

ଉର୍ବଶୀଙ୍କ ନାମରେ ନକଲି ଆଧାର କାର୍ଡ, ବୁକ୍‍ ହୋଇଥିଲା ହୋଟେଲ ରୁମ୍‍

BJD Bijuli 480×75 Mob
0

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ଜଣେ ବ୍ୟକ୍ତି ପଞ୍ଚତାରକା ହୋଟେଲରେ ରୁମ୍‍ ବୁକ୍‍ କରିଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ଏଠାକାର ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଉର୍ବଶୀ ପହଞ୍ଚିଥିଲେ। ତେବେ ହୋଟେଲର ଏକ ରୁମ୍‍ ତାଙ୍କ ନାମରେ ବୁକିଂ ରହିଥିବା ସମ୍ପର୍କରେ ଜନୈକ କର୍ମଚାରୀ ଉର୍ବଶୀଙ୍କୁ ଜଣାଇଥିଲେ। ଏ ବାବଦରେ ଉର୍ବଶୀ ନିଜ ସହାୟକଙ୍କୁ ପଚାରିଥିଲେ। ମାତ୍ର କୌଣସି ରୁମ୍‍ ବୁକ୍‍ ହୋଇନଥିବା ସହାୟକଜଣକ ଉତ୍ତର ଦେଇଥିଲେ। ଛାନଭିନ୍‍ ପରେ ଜଣାପଡ଼ିଥିଲା ଯେ, ଜଣେ ବ୍ୟକ୍ତି ଉର୍ବଶୀଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ଏପରି କାଣ୍ଡ କରିଛନ୍ତି। ଅନଲାଇନ ଯୋଗେ ଉକ୍ତ ରୁମ୍‍ ବୁକ୍‍ କରାଯାଇଛି। ଉର୍ବଶୀଙ୍କ ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଅଭିନେତ୍ରୀ ଉର୍ବଶୀ ରଉତେଲା ସିଂହ ସାହେବ ଦି ଗ୍ରେଟ୍‍, ସନମ ରେ, କାବିଲ ଓ ହେଟ ଷ୍ଟୋରୀ ୪ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Leave A Reply