www.samajalive.in
Sunday, December 7, 2025
23.1 C
Bhubaneswar

ଉଜାଲା ଦ୍ରବ୍ୟ ବିକିବାକୁ ଆସି ଲୁଟ୍‌

ବ୍ରହ୍ମପୁର : ଘର ବାହାରେ ବଢି ଶୁଖାଉଥିବା ଗୋଟିଏ ପରିବାରର ୩ଜଣ ମହିଳାଙ୍କୁୁ ଛୁରୀ ଦେଖାଇ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ଲୁଟର ଶିକାର ହୋଇଥିବା ମହିଳାମାନେ ବିଶିଷ୍ଟ ଗୀତିକାର ସ୍ୱର୍ଗତ କେଦାର ପାଣିଗ୍ରାହୀଙ୍କ ପରିବାର ଲୋକ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି।
ଆଜି ଦିନ ଗୋଟାଏ ବେଳେ ଦୁଇ ଜଣ ଦୁବୃର୍ତ୍ତ ବାଇକରେ ଆସି ବିଦ୍ୟାନଗର ଅଞ୍ଚଳରେ ଓହ୍ଲାଇଥିଲେ। ସାହି ଭିତରେ ନିଜ ଘର ସମ୍ମୁଖରେ ସ୍ୱର୍ଗତ କେଦାର ପାଣିଗ୍ରାହୀଙ୍କ ପତ୍ନୀ ଗୀତାଞ୍ଜଳୀ ପାଣିଗ୍ରାହୀ ଓ ଭାଉଜ ଚାରୁକଳା ପାଣିଗ୍ରାହୀ ବଢି ପକାଉଥିଲେ। ହିନ୍ଦୀରେ କଥାବାର୍ତ୍ତା କରୁଥିବା ୨ ଅଜଣା ଯୁବକ ଉଜାଲା ପ୍ରଡକ୍ଟ ବିକିବାକୁ ଆସିଛୁ ବୋଲି କହି ଗୀତାଞ୍ଜଳି ଓ ତାଙ୍କ ଯା’ଙ୍କ ନିକଟକୁ ଆସିଥିଲେ। ସେମାନେ କୌଣସି ଦ୍ରବ୍ୟ ରଖିବେ ନାହିଁ ବୋଲି କହିବା କ୍ଷଣି ଦୁର୍ବୃତ୍ତ ଦ୍ବୟ ପାଖରେ ପହଞ୍ଚିବା ବ୍ୟାଗରୁ ଏକ ଛୁରୀ ବାହାର କରି ଗୀତାଞ୍ଜଳି ଓ ତାଙ୍କ ଯା’ଙ୍କୁ ଦେଖାଇ ଡରାଇବା ପରେ ଯାହା ପିନ୍ଧିଛ ଦେଇଦିଅ ବୋଲି ଧମକାଇଥିଲେ। ଛୁରୀ ଦେଖି ଗୀତାଞ୍ଜଳି ଭୟଭୀତ ହୋଇ ବେକ ଓ କାନରେ ପିନ୍ଧିଥିବା ଜିନିଷ ଖୋଲିବା ଆରମ୍ଭ କରିଥିଲେ। ଚାରୁକଳା ନିଜ ସୁନା କାନର ଖୋଲି ଦୁବୃର୍ତ୍ତଙ୍କ ହାତକୁ ବଢାଇ ଦେଲେ। ଏହା ପରେ ଦୁବୃର୍ତ୍ତମାନେ ଘରର ପ୍ରଥମ କୋଠରୀକୁ ପଶି ସେଠାରେ ଶୋଇଥିବା ଗୀତାଞ୍ଜଳିଙ୍କ ଶାଶୂଙ୍କ ବେକରୁ ଏକ ଚେନ ଝାମ୍ପି ନେଇଥିଲେ। ତୁରନ୍ତ ବାଇକ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ଗୀତାଞ୍ଜଳି ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଲୁଟ ହୋଇଥିବା ମୋଟ ସୁନାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଛି। ସୁଚନାଯୋଗ୍ୟ, କିଛି ଦିନ ତଳେ ସେଲ୍ସ ଟ୍ୟାକ୍ସ ଛକ ଠାରେ ଜଣେ ବୃଦ୍ଧାଙ୍କ ଠାରୁ ପୁଲିସ ପରିଚୟ ଦେଇ ଦୁବୃର୍ତ୍ତମାନେ ସୁନା ଅଲଙ୍କାର ଲୁଟ ପାଇଁ ଉଦ୍ୟମ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories