www.samajalive.in
Sunday, December 14, 2025
17.1 C
Bhubaneswar

ଇ-ମେଲରେ ଗ୍ରହଣୀୟ ହେବ ନାହିଁ ନାମାଙ୍କନ ପତ୍ର: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କଲକାତା ଉଚ୍ଚ ନ୍ୟାୟାଳୟ ଦ୍ୱାରା ଇ-ମେଲରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଉପରେ ସୁପ୍ରିମ କୋର୍ଟ ରହିତା ଦେଶ ଜାରି କରିଛନ୍ତି। ଗୁରୁବାର ଏପରିକି ପଶ୍ଚିମବଙ୍ଗରେ ହେବାକୁ ଥିବା ମତଦାନର ପରିଣାମ ଘୋଷଣା କରିବା କ୍ଷେତ୍ରରେ ମଧ୍ୟ ସୁପ୍ରିମ କୋର୍ଟ ରହିତାଦେଶ ଜାରି କରିଛି। ଏହା ବ୍ୟତୀତ ୩୪ପ୍ରତିଶତ ଆସନ ଯେଉଁଠି କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ଏହାର ପରିଣାମ ମଧ୍ୟ କୋର୍ଟର ବିନା ନିର୍ଦେଶରେ ପ୍ରକାଶ କରିବା ଉପରେ ଅଙ୍କୁଶ ଲଗାଇଛନ୍ତି ସୁପ୍ରିମ କୋର୍ଟ। ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ହୋଇଥିବା ଏକ ଆବେଦନରେ ସିଜେଆଇ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପିଠ ଏଭଳି ନିର୍ଦେଶ ପ୍ରଦାନ କରିଛନ୍ତି। ୧୪ମେରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସ ଦଳରେ ୧୮ହଜାର ପ୍ରାର୍ଥୀ ନିଜନିଜ କ୍ଷେତ୍ରରେ କେବଳ ଏକା ଛିଡ଼ା ହୋଇଛନ୍ତି। ଏଭଳି ଆସନ ଉପରେ ପରିଣାମ ଘୋଷଣା ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଜାରି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନ କେବଳ ଏକାଧିକ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିବା ମତଦାନର ପରିଣାମ ଘୋଷଣା କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି। ସୁପ୍ରିମ କୋର୍ଟ ଏ ସମ୍ପର୍କରେ ପଶ୍ଚିମବଙ୍ଗ ବିଜେପି ଓ ସିପିଆଇକୁ ମଧ୍ୟ ନୋଟିସ ଜାରି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories