ଆଧାର ସହ ଯୋଡିହେଲାଣି ୮୭ କୋଟି ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ସମଗ୍ର ଦେଶରେ ୮୦ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଓ ୬୦ ପ୍ରତିଶତ ମୋବାଇଲ ନମ୍ବର ଆଧାର ସହ ସଂଯୋଗ ହୋଇସାରିଛି। ଅପରପକ୍ଷରେ ଆସନ୍ତା ୩୧ ତାରିଖ ଆଧାର ସଂଯୋଗ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ୟୁଆଇଡିଏଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ମୋଟ ୧୦୯.୯ କୋଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ୮୭ କୋଟି ଆକାଉଣ୍ଟ ଆଧାର ସହ ସଂଯୋଗ ହୋଇଛି। ସେହିପରି ୧୪୨.୯ କୋଟି ସକ୍ରିୟ ମୋବାଇଲ ସଂଯୋଗ ମଧ୍ୟରୁ ୮୫.୭ କୋଟି ଆଧାର ସହ ଯୋଡି ହୋଇଗଲାଣି।