www.samajalive.in
Monday, December 15, 2025
15.1 C
Bhubaneswar

ଆଠଗଡ଼ ନାଗରୀ ପାହାଡ଼ରୁ ଶିଳାଲିପିର ସନ୍ଧାନ

ଭୁବନେଶ୍ୱର: ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ଥିବା ଶିଳାଲିପିର ସନ୍ଧାନ କରାଯାଇଛି। ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପରା ମଧ୍ୟ ମିଳିଛି। ଉକ୍ତ ଖପରାରୁ ଅନୁମାନ କରାଯାଏ ଏହି ନାଗରୀ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଗ୍ ଐତିହାସିକ ଯୁଗର ନୂତନ ପ୍ରସ୍ତର ସଂସ୍କୃତି ମଧ୍ୟ ସେଠାରେ ବିକାଶ ଲାଭ କରିଥିଲା। ନାଗରୀ ପାହାଡ଼ ମଧ୍ୟଭାଗରେ ଏକ ଛୋଟ ପ୍ରାକୃତିକ ଝରଣା ବର୍ଷ ତମାମ ପ୍ରବାହିତ ହେଉଛି। ଏଥିରୁ ଏହାମଧ୍ୟ ପ୍ରମାଣିତ ହୁଏ ଜଳର ଉପସ୍ଥିତି ପ୍ରାଗ୍ ଐତିହାସିକ ଯୁଗରୁ ଏହି ଅଞ୍ଚଳରେ ମନୁଷ୍ୟ ବସବାସ କରି ଆସୁଥିଲା ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ସହାୟକ ପ୍ରଫେସର ଅନାମ ବେହେରା ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳକୁ ଶ୍ରୀ ବେହେରାଙ୍କ ସମେତ ଅଜିତ୍ ସାହୁ ଓ ତାରାପ୍ରସାଦ ଷଡ଼ଙ୍ଗୀ ପ୍ରତ୍ନତାତ୍ତ୍ବିକ ସ‌େର୍ବକ୍ଷଣ କରିଥିଲେ। ପାହାଡ଼ରେ ସନ୍ଧାନ କରାଯାଇଥିବା ଶିଳାଲିପିଟି ୩ଫୁଟ ୮ଇଞ୍ଚ ଲମ୍ବା ଏବଂ ୨ଫୁଟ ୮ ଇଞ୍ଚ ଓସାର। ମସୃଣ ପଥର ଉପରେ ୪୨୫ ତେଲୁଗୁ ଶବ୍ଦ, ୨୩୨ଟି ଓଡ଼ିଆ ଶବ୍ଦ ଲେଖାଯାଇଛି। ଶିଳାଲିପିର ଚାରିକୋଣିକିଆ ଘରରେ ଫୁଲ ଚିତ୍ର ଅଙ୍କାଯାଇଛି।
ଏହାର ସବିଶେଷ ପାଠୋଦ୍ଧାର ପାଇଁ ଶିଳାଲିପିରେ ଅଭିଜ୍ଞତା ଓଡ଼ିଶା ଏବଂ ଆନ୍ଧ୍ର ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି। ଶିଳାଲିପିରେ ଉଲ୍ଲେଖ ଥିବା ଅକ୍ଷରଗୁଡ଼ିକ ଗଙ୍ଗବଂଶର ଶେଷ ପର୍ଯ୍ୟାୟ ଅଥବା ଗଜପତିମାନଙ୍କ ଶାସନର ଆରମ୍ଭ ସମୟର ହୋଇଥାଇ ପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଥିବା ଜଣାପଡ଼ିଛି। ନାଗରୀ ପାହାଡ଼ ଆଠଗଡ଼ ପାଟଣା ଗ୍ରାମ କବିସୂର୍ଯ୍ୟ ନଗର ବ୍ଲକ ଗଞ୍ଜାମ ଜିଲାରେ ଅବସ୍ଥିତ। ଏହା ଭୁବନେଶ୍ବରଠାରୁ ୧୫୧ କିଲୋମିଟର ହୋଇଥିବାବେଳେ ଆସ୍କାରୁ ୧୮କିଲୋମିଟର ଦୂରରେ ଅବସ୍ଥିତ। ଜଣାଶୁଣା ଅଶୋକଙ୍କ ଶିଳାଲିପ ଜଉଗଡ଼ଠାରୁ ୨୨କିଲୋମିଟର ଦୂରରେ ଅବସ୍ଥିତ। ନାଗରୀ ପାହାଡ଼ରୁ ଉଦ୍ଧାର କରାଯାଇଥିବା ଓଡ଼ିଆ ଏବଂ ତେଲୁଗୁ ଶିଳାଲିପି ଏକକାଳୀନ ଭାବରେ କ୍ରମାନୁସାରେ ଲେଖାଯାଇଛି।
ଦକ୍ଷିଣ ଓଡ଼ିଶାରେ ତେଲଗୁ ଚଳଣି, ତେଲଗୁ ଭାଷାର ପ୍ରଭାବ, ଓଡ଼ିଆ ଚଳଣି ଦେଖିବାକୁ ମିଳେ। ଶିଳାଲିପିଟି ଐତିହାସିକ ଉତ୍ସ ଭାବରେ ପ୍ରତିପାଦିତ କରୁଛି। ଐତିହାସିକ ଦୃଷ୍ଟିକୋଣରୁ ଜଉଗଡ଼, ପୋତାଗଡ଼, ଋଷିକୂଲ୍ୟା ଅବବାହିକାର ଗୌରବମୟ ଅତୀତକୁ ପ୍ରମାଣିତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories