www.samajalive.in
Saturday, December 6, 2025
16.1 C
Bhubaneswar

ଅଭିଜିତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କୋଣାର୍କ ପୁଲିସ

ଭୁବନେଶ୍ୱର: ଓଡ଼ିଶା, କୋଣାର୍କ ମନ୍ଦିର ଓ ଶ୍ରୀମନ୍ଦିର ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ କମିସନରେଟ୍‍ ପୁଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲ୍‍ରେ ଅଭିଜିତ ଆୟାର ମିତ୍ରଙ୍କୁ ଗୁରୁବାର ୪ ଦିନ ପାଇଁ କୋଣାର୍କ ଜେଏମ୍‍ଏଫ୍‍ସିଙ୍କ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନିମାପଡ଼ା ଏସ୍‍ଡିପିଓ ଏବଂ କୋଣାର୍କ ଥାନା ଅଧିକାରୀ ଅତିରିକ୍ତ ପୁଲିସ ଫୋର୍ସ ସହାୟତାରେ ଗୁରୁବାର ଅପରାହ୍ଣରେ ଝାରପଡାସ୍ଥିତ ସ୍ୱତନ୍ତ୍ର ଜେଲ୍‍ରୁ ଅଭିଜିତଙ୍କୁ ନେଇ ସ୍ଥାନୀୟ ଜେଏମ୍‍ଏଫ୍‍ସିଙ୍କ କୋର୍ଟରେ ହାଜର କରିବା ପରେ ପୁଲିସ ଅଭିଜିତ୍‍ଙ୍କୁ ନିଜ ହେପାଜତରେ ନେବାକୁ ଆବେଦନ କରିଛି। ପୁଲିସ ହେପାଜତକୁ ନେବା ପରେ ତାଙ୍କ ବିରୋଧରେ ରହିଥିବା ମାମଲା ସମ୍ପର୍କରେ ପୁଲିସ ପଚରାଉଚରା କରିବ। ଅଭିଜିତ୍‍ଙ୍କୁ କୋଣାର୍କ ଜେଏମ୍‍ଏଫ୍‍ସିଙ୍କ କୋର୍ଟରେ ହାଜର କରାଯିବା ସମୟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ରାତି ପର୍ଯ୍ୟନ୍ତ କୋଣାର୍କ ପୁଲିସର ଆବେଦନ ଉପରେ ଜେଏମ୍‍ଏଫ୍‍ସି ନିଷ୍ପତ୍ତି ନେଇ ନ ଥିବା ଜଣାପଡିଛି।
କୋଣାର୍କ ପୁଲିସ ଅଭିଜିତଙ୍କୁ ସେପ୍ଟେମ୍ବର ୨୦ରେ ନୂଆଦିଲ୍ଲୀସ୍ଥିିତ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଥିଲା। ଟ୍ରାନ୍‍ଜିଟ୍‍ ରିମାଣ୍ଡରେ ଆଣିବା ଲାଗି ସାକେତ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ଙ୍କ କୋର୍ଟରେ ଆବେଦନ କରିବା ବେଳେ ଅଭିଜିତଙ୍କୁ ଜାମିନ୍‍ ମିଳିଯାଇଥିଲା। ତେବେ ଏହି ମାମଲାରେ ଅଭିଜିତଙ୍କୁ ପଚରାଉଚରା କରିବା ଲାଗି କୋଣାର୍କ ପୁଲିସ ନେବ। କୋଣାର୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅଭିଜିତ ଦେଇଥିବା ଅପମାନସୂଚକ ମନ୍ତବ୍ୟକୁ ଫେସ୍‍ବୁକ୍‍ ଆକାଉଣ୍ଟ୍‍ରେ ପୋଷ୍ଟ କରିଥିଲେ। ତେବେ ଏସମ୍ପର୍କରେ ଅଧିକ ତଥ୍ୟ ପାଇବା ଲାଗି କୋଣାର୍କ ପୁଲିସ ପଚରାଉଚରା କରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଅଭିଜିତଙ୍କ ବିରୋଧରେ କୋଣାର୍କ ପୁଲିସ ପ୍ରାମାଣ ସଂଗ୍ରହ କରିସାରିଛି। ଅଭିଯୋଗକାରୀ ବିମ୍ବାଧର ବେହେରାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଫେସ୍‍ବୁକ୍‍ ସଂସ୍ଥାକୁ ଚିଠି ଲେଖିଛି। ସେହିପରି ଯେଉଁ ଆକାଉଣ୍ଟରେ ଏଭଳି ଅପମାନ ସୂଚକ ମନ୍ତବ୍ୟ ରହିଥିଲା ତାହା କାହା ନାମରେ ରହିଛି। ଉକ୍ତ ଆକାଉଣ୍ଟ ଖୋଲିବା ଲାଗି କାହାର ଇ-ମେଲ୍‍ ଆକାଉଣ୍ଟରେ ଖୋଲା ଯାଇଥିଲା ସେସବୁ ତଥ୍ୟ ସଂଗ୍ରହ କରାଯାଉଥିବା ଆଇଜି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି। ଏସବୁ ପ୍ରମାଣ ପୁଲିସ ପାଖରେ ରହିଛି। ତଥାପି ହେପାଜତରେ ଅଭିଜିତଙ୍କ ବୟାନ ରେକର୍ଡ କରାଯିବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories