www.samajalive.in
Saturday, December 6, 2025
23.1 C
Bhubaneswar

ଆଗାମୀ ୧୦ବର୍ଷ ପାଇଁ ଦେଶକୁ ଏକ ସୁଦୃଢ ସରକାର ଆବଶ୍ୟକ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ଦେଶକୁ ଏକ ସ୍ଥିର ଓ ସଠିକ୍‍ ନିର୍ଣ୍ଣୟ ନେଉଥିବା ସରକାର ଆବଶ୍ୟକ ରହିଥିବା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିଚାରଣ କରିବା ସହ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ କେନ୍ଦ୍ରରେ ଥିବା ଏନଡିଏ ସରକାରର ଚାରି ବର୍ଷ ଶାସନ ମଧ୍ୟରେ ଦେଶର ସମ୍ମାନ ବଢିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଗଣତନ୍ତ୍ର ହିଁ ଦେଶର ପ୍ରକୃତ ଶକ୍ତି। ଗଣତନ୍ତ୍ର ଦୁର୍ବଳ ହେଲେ ଦେଶ ଦୁର୍ବଳ ହୋଇଯିବ। ତେଣୁ ଆଗାମୀ କିଛି ବର୍ଷ ପାଇଁ ଦେଶକୁ ଏକ ସ୍ଥିର ଓ ସଶକ୍ତ ସରକାରର ଆବଶ୍ୟକତା ରହିଛି। ନିର୍ବାଚନରେ ବହୁମତ ନ ମିଳିଲେ ସରକାର ମଜବୁତ ନିର୍ଣ୍ଣୟ ନେଇପାରିବ ନାହିଁ। କଠୋର ନିର୍ଣ୍ଣୟ ନେବା ଦ୍ୱାରା ଦେଶର ଲୋକମାନଙ୍କ ମଙ୍ଗଳ ହୋଇପାରିବ। ଅସ୍ଥିର କିମ୍ବା ଦୁର୍ବଳ ସରକାର ରାଷ୍ଟ୍ରର ହିତ ଚିନ୍ତା କରିବା ବଦଳରେ ସ୍ଥାନୀୟ ହିଂସା ଓ ଦୁର୍ନିତିର ସହଯୋଗ କରିବ। ଡୋଭାଲ ବ୍ରାଜିଲର ଉଦାହରଣ ଦେଇ କହିଥିଲେ, ବ୍ରାଜିଲର ରାଜନୈତିକ ଅସ୍ଥିରତା ଯୋଗୁଁ ଦେଶର ଅର୍ଥନୀତି ଭାଙ୍ଗିଯାଇଛି। ତେଣୁ ଏକ ଦୁର୍ବଳ ମେଣ୍ଟ ସରକାର ବଦଳରେ ଦେଶକୁ ସୁଦୃଢ ସରକାରର ଆବଶ୍ୟକ ଥିବା ସେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories