www.samajalive.in
Saturday, December 6, 2025
14.1 C
Bhubaneswar

ଖୋଲିଲା ହାଇକୋର୍ଟ : ଅଚଳାବସ୍ଥା ଅବ୍ୟାହତ

କଟକ: ଦଶହରା ଅବକାଶ ପରେ ଗୁରୁବାର ହାଇକୋର୍ଟ ଖୋଲିଛି। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ଯୋଗୁଁ ପୂର୍ବପରି ଅଚଳାବସ୍ଥା ଲାଗି ରହିଛି। ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଇନଜୀବୀମାନେ ନିଜ ଜିଦରେ ଅଟଳ ରହିଥିବାବେଳେ ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆନ୍ଦୋଳନକୁ ଆଉ ତିନି ଦିନ ପରେ ୨ ମାସ ପୂରିବ। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ, କ୍ୟାଟ୍‍, ସ୍ୟାଟ୍‍, ଡିଆରଟି ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସମେତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଇକୋର୍ଟ ସମେତ ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଚାଲିଛି। ମାମଲା ଗୁଡିକର ଶୁଣାଣି ହୋଇପାରୁ ନଥିବା ବେଳେ ହାଇକୋର୍ଟରେ ନୂଆ ମାମଲା ଦାୟର ହେଉନାହି। ଅନ୍ୟପକ୍ଷରେ ଜେଲରେ ବନ୍ଦୀଙ୍କ ସଂଖ୍ୟା ବହୁମାତ୍ରାରେ ବଢିଯାଇଛି। ହାଇକୋର୍ଟରେ ୨୩ତାରିଖ ସୁଦ୍ଧା ୧,୭୧,୬୩୫ଟି ବିଚାରଧିନ ମାମଲା ରହିଥିବାବେଳେ ସେଥିମଧ୍ୟରେ ଆଗୁଆ ଜାମିନ ପାଇଁ ୭ହଜାର ୩୨୮ ମାମଲା ଓ ୩୬୮୭ ନିୟମିତ ଜାମିନ ପାଇଁ ମାମଲା ବିଚାରଧିନ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories