www.samajalive.in
Monday, December 15, 2025
16.1 C
Bhubaneswar

ମୁଲ୍ଲା ମୁନୀରଙ୍କ ସହ ରାହୁଲଙ୍କ ଫଟୋ ଯୋଡିଲେ ଅମିତ ମାଲବ୍ୟ; ପୋଷ୍ଟ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଅପରେସନ ସିନ୍ଦୂରକୁ ନେଇ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ପାକିସ୍ତାନ ଏବଂ ଏହାର ସମର୍ଥକମାନଙ୍କ ଭାଷା କହୁଛନ୍ତି । ମାଲବ୍ୟ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇନଥିଲେ । ଓଲଟା ବାରମ୍ବାର ପ୍ରଶ୍ନ କରିଥିଲେ ଯେ ଅପରେସନ ସମୟରେ ଭାରତ କେତେ ଲଢୁଆ ବିମାନ ହରାଇଛି । ଡିଜିଏମଓଙ୍କ ସାମ୍ବାଦିକ ସମ୍ମିଳନୀରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ରଖାଯାଇଥିବା ବେଳେ ରାହୁଲଙ୍କ ଏଭଳି ପ୍ରଶ୍ନ ଯୋଗୁ ବିଜେପି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମାଲବ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଥରେ ହେଲେ ପଚାରି ନାହାଁନ୍ତି ଯେ ଏହି ଉତ୍ତେଜନାରେ କେତେ ପାକିସ୍ତାନୀ ଜେଟ୍‍ ଖସାଇ ଦିଆଯାଇଛି । କିମ୍ବା କେତେ ପାକିସ୍ତାନୀ ବିମାନବନ୍ଦର ଉପରେ ଆକ୍ରମଣ କରି ଭାରତୀୟ ସେନା କେତେ ଜେଟ୍‍ ନଷ୍ଟ କରିଛି । ସୋମବାର ରାହୁଲ ଗାନ୍ଧୀ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଭାରତୀୟ ଯୁଦ୍ଧ ବିମାନର କ୍ଷତି ବିଷୟରେ ସୂଚନା ମାଗିଥିଲେ । ରାହୁଲଙ୍କୁ ଜବାବ ଦେଇ ବିଜେପି ନେତା ଅମିତ ମାଲବ୍ୟ ଆଜି କିଛି ଏଭଳି ପୋଷ୍ଟ କରିଛନ୍ତି । ଉଲ୍ଲେଖନୀୟ ଯେ ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ସେ ଅପରେସନ ସିନ୍ଦୂର ସମୟରେ ପାଞ୍ଚଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା । କିନ୍ତୁ ଭାରତ ସରକାର ଏବାଂ ଭାରତୀୟ ସେନା ଏହି ଅପରେସନ ସମୟରେ କୌଣସି କ୍ଷତି ହୋଇନଥିବା କହିଥିଲେ ।

- Advertisement -

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories