ମୁମ୍ବାଇ : ପୁଣି ଫେରିଲା କରୋନା ଭୟ। ହଂକଂ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଦେଶରେ ମଧ୍ୟ କରୋନା ଭୟ ଦେଖାଦେଇଛି। ମୁମ୍ବାଇରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇରେ କେଇଏମ୍ ହସ୍ପିଟାଲରେ ୨ ଚିକିତ୍ସିତଙ୍କ ମୃତ୍ୟୁ ଘଟିଛି । ସେମାନେ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିିକିତ୍ସିତ ଥିଲେ । ୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ କର୍କଟ ରୋଗରେ ପୀଡିତ ଥିଲେ । ଆଉ ଜଣେ ୧୩ ବର୍ଷୀୟ ନାବାଳିକା କିଡ୍ନୀ ରୋଗ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ସିଙ୍ଗାପୁରରେ କରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.୭ ଓ ଏନବି.୧ ପ୍ରକରଣ । ଏହି ପ୍ରକରଣ ଜେଏନ୍.୧ ସହ ଜଡିତ ।
ଆଉ ୨ ଦିନରେ +୨ ପରୀକ୍ଷା ଫଳ ; ବୃଦ୍ଧି ପାଇବ+୩ ନାମଲେଖା ପାଇଁ ଆବେଦନ ଅବଧି



