www.samajalive.in
Monday, December 15, 2025
26.1 C
Bhubaneswar

ଆଜି ଦ୍ଵିତୀୟ ଦିନରେ ବି ବ୍ରଜ ଦାସଙ୍କ ଘରେ ଚାଲିଛି ଚଢାଉ

ସମ୍ବଲପୁର: ଆଜି ଦ୍ଵିତୀୟ ଦିନରେ ବି ସ୍ଵର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି।  ସମ୍ବଲପୁର ସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ଚଢାଉ ଜାରି ରହିଛି। ଟିକସ ଠକେଇ ଅଭିଯୋଗରେ କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗ । ଆୟକର ଫାଙ୍କିବା ନେଇ ଯାଞ୍ଚକାରୀ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ଅଧିକାରୀ କି ସଂପୃକ୍ତ ଠିକାଦାରମାନେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ତେଣୁ କେଉଁ ସୂତ୍ରରୁ ଏହି ଚଢ଼ଉ ଓ ଏଥିରୁ କ’ଣ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ।
ଭୁବନେଶ୍ବର ଓ ରାୟପୁର ଆୟକର ମଣ୍ଡଳ ଅଧିକାରୀମାନେ ଚଢ଼ଉରେ ସାମିଲ ହୋଇଛନ୍ତି। ସମ୍ବଲପୁର ସହରର ଧନକଉଡ଼ା ମୁଖ୍ୟରାସ୍ତାରେ ଥିବା ବାସଗୃହ, ତା’ ପଛପଟେ ଥିବା ଭଡ଼ାଘର ଓ ମୁଖ୍ୟ କାର୍ଯ୍ୟାଳୟ ସମେତ ଧନୁପାଲିର ଏକ ଘରେ ଚଢ଼ଉ କରାଯାଇଛି। ଏଥିସହ ବଲାଙ୍ଗିର, ବରଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଶାଖା କାର୍ଯ୍ୟାଳୟ/କାର୍ଯ୍ୟ କ୍ଷେତ୍ରରେ ଆୟକର ଅଧିକାରୀମାନେ ଯାଞ୍ଚ ଜାରି କରିଥିଲେ। ତେବେ ଚଢ଼ଉ ବେଳେ ବ୍ରଜ ଦାସ କୌଣସି କାମରେ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories