www.samajalive.in
Monday, December 15, 2025
16.1 C
Bhubaneswar

ଧାନ ରୋଉଛନ୍ତି ଜିଲାପରିଷଦ ଅଧ୍ୟକ୍ଷା

ମାଲକାନଗିରି : ଦିନେ ଥିଲେ ଶ୍ରମିକ। ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଇଲାକାରେ ଆତଙ୍କିତ ଭାବେ ରହୁଥିଲେ। ପାଦେପାଦେ ବିପଦର ସାମ୍ନା କରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଲଢେଇରେ ଥରୁଥିଲା ଏହି ଅଞ୍ଚଳ। ସମୟକ୍ରମେ ବୁଡ଼ି ଅଞ୍ଚଳ ହେଲା ଏହି ଇଲାକା। ବିକାଶଧାରାରେ ଆସିଲା ପରିବର୍ତ୍ତନ। ଗଣତନ୍ତ୍ରକୁ ସମ୍ମାନ ଦେଲେ ଅଞ୍ଚଳବାସୀ। ପ୍ରଥମଥର କରି ଏଠାରେ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରି ନିଜର ପ୍ରତିନିଧି ବାଛିଲେ ଓ ପରେ ଜିଲାପରିଷଦ ସଦସ୍ୟା ଭାବେ ନିର୍ବାଚିତ ହେଲେ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳର ବଡ଼ପଡ଼ାର ଝିଅ ସମାରୀ ତାଙ୍ଗୁଲ। ସମାରୀ ଜିଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଆସନ ଗାଦିରେ ବସିବା ପରେ ମଧ୍ୟ ସେ ନିଜର ବୃତ୍ତି ଛାଡ଼ିନାହାନ୍ତି। ଏବେ କ୍ଷେତରେ ଧାନ ରୋଉଛନ୍ତି। ସମାରୀ ଜିଲାପରିଷଦ ଅଧ୍ୟକ୍ଷା ହେବାପରେ ମଧ୍ୟ ସେ ନିଜ ବୃତ୍ତିକୁ ଭୁଲିନାହାନ୍ତି। କେବଳ ସେତିକି ନୁହେଁ ସ୍ବାଭିମାନ ଅଞ୍ଚଳରେ ଗଞ୍ଜାଇ ଚାଷ ପରିବର୍ତ୍ତେ ପାରମ୍ପରିକ ଓ ଜୈବିକ ପଦ୍ଧତିରେ ଧାନଚାଷ କରିବାକୁ ସେ ପରାମର୍ଶ ଦେଉଛନ୍ତି। ଶ୍ରୀମତୀ ତାଙ୍ଗୁଲୁଙ୍କ ଏଭଳି କାର୍ଯ୍ୟ ମହିଳା ଓ ଲୋକ ପ୍ରତିନିଧିଙ୍କ ପାଇଁ ପ୍ରେରଣା ପାଲଟିଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories