www.samajalive.in
Sunday, December 14, 2025
26.1 C
Bhubaneswar

ନାସାରେ ‘ଜିରୋ’ର ସୁଟିଙ୍ଗ

ମୁମ୍ବଇ: ବଲିଉଡ ବାଦଶାହା ଶାହାରୁଖ ଖାନ୍‍ଙ୍କର ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଜିରୋ’ର ଅନ୍ତିମ ଭାଗର ସୁଟିଙ୍ଗ ନାସା ଠାରେ ଆରମ୍ଭ ହୋଇଯାଇଛି। ରିଲିଜ ପୂର୍ବରୁ ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଜିରୋ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ ଖାନ, ଆର.ମାଧବନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ କରୁଛନ୍ତି। ଏହି ତିନି କଳାକାରଙ୍କୁ ଛାଡିଦେଲେ ଚଳଚ୍ଚିତ୍ରରେ ସଲମନ ଖାନ, ଶ୍ରୀଦେବୀ, ରାଣୀ ମୁଖାର୍ଜୀ, କାଜୋଲ, କରିଶ୍ମା କାପୁର ଏବଂ ଆଲିଆ ଭଟ୍ଟ ଅଭିନୟ କରିଥିବାର ସୂଚନା ମିଳିଛି।
ଚଳଚ୍ଚିତ୍ରର ଶେଷଭାଗ ସୁଟିଙ୍ଗ ଆମେରିକାର ନାସା ଠାରେ ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ ୪୫ଦିନ ଧରି ଏହି କଳାକାରମାନେ ବୈଜ୍ଞାନିକ ଜ୍ଞାନ ଆହରଣ କରିଥିଲେ। ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ଏକ ବିଫଳ ବୈଜ୍ଞାନିକ ଚରିତ୍ରରେ ଅଭିନୟ କରିଛନ୍ତି। ନିର୍ଦେଶକ ଆନନ୍ଦ ଏଲ ରାୟଙ୍କ ଜିରୋ ଚଳଚ୍ଚିତ୍ର ଏକ ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେଷିତ। ଚଳିତବର୍ଷ ଡିସେମ୍ବର ୨୧ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories