www.samajalive.in
Wednesday, December 10, 2025
26.1 C
Bhubaneswar

ପୁଟିନ-ଟ୍ରମ୍ପ ଭେଟ ପୂର୍ବରୁ ମୋଦୀଙ୍କୁ ଫୋନ କଲେ ଜେଲେନସ୍କି

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୧୫ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବି ଉପସ୍ଥିତ ରହିବେ। କାରଣ ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ଉପରେ ଆଲୋଚନା ହେବ। ତେବେ ଏହି ବୈଠକ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଫୋନ କରି କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କଥା ହୋଇ ବର୍ତ୍ତମାନର ଘଟଣାକ୍ରମ ବିଷୟରେ ତାଙ୍କ ବିଚାର ଉପରେ ଜାଣି ଖୁସି ହେଲି। ମୁଁ ଏହି ଯୁଦ୍ଧର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ତାଙ୍କୁ ଅବଗତ କରାଇଛି। ଭାରତ ଏ ସମ୍ବନ୍ଧରେ ଯଥାସମ୍ଭବ ଯୋଗଦାନ ଦେବା ସହିତ ୟୁକ୍ରେନ ସହ ଦ୍ଵିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ପ୍ରତିବଦ୍ଧ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେଲେନସ୍କି ଗତବର୍ଷ ନ୍ୟୁୟର୍କରେ ପରସ୍ପରଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟଙ୍କ ମଦ୍ୟରେ ଯୁଦ୍ଧ ରୋକିବାକୁ ନେଇ ଆଲୋଚନା ହୋଇଥିଲା।

- Advertisement -

ସେହିପରି ଜେଲେନସ୍କି ଏକ୍ସରେ ଲେଖିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ଆମେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତାର ରୂପେ ଆଲୋଚନା କରିଛୁ। ଆମର ଦ୍ଵିପାକ୍ଷିକ ସହଯୋଗ ଏବଂ ସମଗ୍ର କୂଟନୈତିକ ସ୍ଥିତି ଉପରେ କଥା ହେଲୁ। ଆମ ଦେଶବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞ। ରୁଷ ୟୁକ୍ରେନ ଉପରେ କିପରି ନିୟମିତ ଆକ୍ରମଣ କରୁଛି ସେ ବିଷୟରେ ଜଣାଇଛି। କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଯୁଦ୍ଧ ବିରାମର ସମ୍ଭାବନା ରହିଥିବାରୁ ରୁଷ ଏଥିପ୍ରତି ତତ୍ପରଦା ଦେଖାଇବା ବଦଳରେ କେବଳ ଅଞ୍ଚଳ କବଜା କରିବା ଏବଂ ଜନସାଧାରଣଙ୍କୁ ହତ୍ୟା ଜାରି ରଖିବାର ଆଗ୍ରହ ଦେଖାଉଛି ବୋଲି ଜେଲେନସ୍କି କହିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories