www.samajalive.in
Wednesday, December 10, 2025
23.1 C
Bhubaneswar

ରୋଗ ପାଇଁ ଔଷଧ କିଣିବାକୁ ଟଙ୍କା ନାହିଁ, ଅସୁବିଧାରେ ଚଳୁଛନ୍ତି ୨ ଭାଇ

ଦୋବଲ : ଆଉ ଦୁଇ ଦିନ ପରେ ସ୍ବାଧୀନତା ଦିବସ। ସାରା ଭାରତ ଖୁସି ହେଉଥିବାବେଳେ ୨ ଭାଇଙ୍କ ପାଇଁ ଏ ସବୁର କିଛି ମାନେ ନାହିଁ । ସକାଳୁ ଘର ଛାଡ଼ି ଯାଇ ପର ଦୁଆରେ ମୂଲ ଲାଗିଲେ ପରିବାର ଚଳିବ। ପିଲାମାନେ ପାଠ ପଢ଼ିବେ। ରୋଗ ପାଇଁ ଔଷଧ କିଣିବେ। ତା ଭିତରେ ବର୍ଷାର କଷଣ ବି କମ୍ ନୁହଁ। ସମସ୍ତେ କୁହନ୍ତି ଇନ୍ଦ୍ର ଦେବତା ପୃଥିବୀର କଥା ବୁଝି ପାରନ୍ତି। ଆଉ ଦୁଃଖ ସହିନପାରି ବର୍ଷା କରନ୍ତି। ହେଲେ ପୃଥିବୀ ପୃଷ୍ଠରେ ରହୁଥିବା ଏ ଅଭାଗାଙ୍କ ଘର ଯେ ବର୍ଷା ପାଣିରେ ଉବୁଟୁବୁ ହେଉଛି, ସେ କଥା ବୋଧ ହୁଏ ଇନ୍ଦ୍ର ଦେବତା ଜାଣନ୍ତି ନାହିଁ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ ରଘୁନାଥପୁର ଗାଁର ଦି ଭାଇ ରବୀନ୍ଦ୍ର ନାୟକ ଓ ପ୍ରଫୁଲ୍ଲ ନାୟକ। ଦୁହିଁଙ୍କ ବୟସ ପାଖପାଖି ୭୦। ଭଙ୍ଗା ଦଦରା ଘର ଯୋଗୁଁ ଦୁଇଟି ପରିବାର ଭାରି ହଇରାଣରେ ଚଳୁଛନ୍ତି । ସ୍ତ୍ରୀ, ପିଲାଙ୍କୁ ମିଶାଇ ୪ ଜଣ ପରିବାରରେ ରବୀନ୍ଦ୍ର ଏକା ରୋଜଗାରିଆ। ଦିନକୁ ୩୫୦ ଟଙ୍କା ମଜୁରୀ। ସେମିତି ପ୍ରଫୁଲ୍ଲ ନାୟକଙ୍କର ପରିବାର କହିଲେ ୫ ଜଣ। ମୂଲ ଲାଗନ୍ତି ନ ହେଲେ ମାଗିଯାଚି ଚଳନ୍ତି। ବର୍ଷା ଦିନେ ବିଲ କାମ ଛାଡ଼ିଦେଲେ ଆଉ କିଛି କାମ ମିଳେନି। ପୁଣି ବାର୍ଦ୍ଧକ୍ୟକୁ ଦୁର୍ବଳ ଶରୀର ଯୋଗୁଁ ବିଲର ପାଣି କାଦୁଅରେ କାମ କରିହେଉନି। ଏଥିପାଇଁ ଦି ଭାଇ ବର୍ଷା ଦିନେ ବିଲକୁ ଯାଇ ପାରୁନାହାନ୍ତି।

- Advertisement -

ସେପଟେ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଦୁଇ ଭାଇ କେତେ ଯେ ଗୁହାରି କରିଛନ୍ତି ତାର ହିସାବ ନାହିଁ। ତାଙ୍କ ଆଖି ଆଗରେ ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡ଼ିଆ, ନିର୍ମାଣ ଶ୍ରମିକ ଆବାସ, ପ୍ରଧାନମନ୍ତ୍ରୀ ଆବାସ ଆଉ ଅନ୍ତ୍ୟୋଦୟ ଗୃହ ଯୋଜନା ପ୍ରଚଳନ ହୋଇଛି। ହେଲେ କୌଣସି ଯୋଜନା ୟାଙ୍କୁ ଛୁଇଁ ପାରିଲାନି। ସବୁଥର ନିର୍ବାଚନ ପୂର୍ବରୁ ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ଅନ୍ୟ କର୍ମୀ ପ୍ରତିଶ୍ରୁତି ଦିଅନ୍ତି ଘରଟିଏ ଦେବାକୁ ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ପାରିଲାନି। ସେପଟେ ରବୀନ୍ଦ୍ରଙ୍କୁ ମହାବାତ୍ୟା ପରେ ପରେ ୨୨୦୦୦ ଟଙ୍କିଆ ଘର ଖଣ୍ଡେ ମିଳିଥିଲା। ସେତେବେଳେ ସେହି ଆଜବେଷ୍ଟସ ଘର ସିନା ନଷ୍ଟ ହୋଇଗଲାଣି। ହେଲେ ତାଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିଲାନି।

ସରକାରୀ ଆବାସ ଯୋଜନାରେ ଘର ଯୋଗାଇଦେବା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁଦତ୍ତ ପାତ୍ର କହିଛନ୍ତି ଯେ, ସର୍ଭେ ହୋଇ ଦୁଇ ଭାଇଙ୍କ ନାଁ ଯାଇଛି। ଆବାସ ଯୋଜନାରେ ଘର ମଞ୍ଜୁର ହେଲେ ତାଙ୍କୁ ଯୋଗାଇଦିଆଯିବ। ଅନ୍ୟପକ୍ଷେ ଏହି ଦୁଇ ଭାଇ କୁହନ୍ତି ଏଭଳି ପ୍ରତିଶ୍ରୁତି ଶୁଣି ଶୁଣି କାନ ବଧିରା ହେଇଗଲାଣି। ଆଉ ଦିନ କେଇଟା ବାକି ଅଛି ଉପରକୁ ଯିବା ପାଇଁ। ହେଲେ ଭାଗ୍ୟରେ ପକା ଘର ଦେଖିବିକି ନାହିଁ ତାହା ସରକାରଙ୍କୁ ଜଣା।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories