www.samajalive.in
Monday, November 17, 2025
17.1 C
Bhubaneswar

ଥରେ ଚାର୍ଜ କଲେ ଯିବ ୧୦୦ କିଲୋମିଟର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଜେଇଲୋ ଭାରତୀୟ ବଜାରରେ ଏକ ନୂଆ ଇ-ସ୍କୁଟର ନେଇଆସିଛି । କମ୍ପାନୀ ଏହାର ନାଁ ମିଷ୍ଟ୍ରି ରଖିଛି । ଗାଡିର ଦାମ୍ ୮୨ ହଜାର ଟଙ୍କା(ଏକ୍ସ-ଶୋରୁମ୍) ରଖିଛି କମ୍ପାନୀ । ଯେଉଁମାନେ ସହର ମଧ୍ୟରେ ଅଧିକ ଯାତାୟତ କରନ୍ତି ସେମାନଙ୍କ ପାଇଁ ଏହି ଗାଡି ପ୍ରସ୍ତୁତ କରିଛି କମ୍ପାନୀ । ଏହାକୁ ୪ଟି ରଙ୍ଗର ବିକଳ୍ପ ନାଲି, ଧୂସର, କଳା ଏବଂ ସବୁଜ ରଙ୍ଗରେ ନେଇଆସିଛି ।

କମ୍ପାନୀ ସ୍କୁଟରରେ ୭୨ ଭି/୨୯ ଏଏଚ୍ ଲିଥିୟମ୍ ଆୟନ ବ୍ୟାଟେରୀ ବ୍ୟବହାର କରିଛି । ଏହାର ସର୍ବାଧିକ ଗତି ୭୦ କିଲୋମିଟର ପ୍ରତି ଘଣ୍ଟା ଏବଂ ଏହାକୁ ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯାତ୍ରା କରିପାରିବ । ଗାଡିରେ କମ୍ବି-ବ୍ରେକିଂ ସିଷ୍ଟମ ଦିଆଯାଇଛି । ଡିଜିଟାଲ ଡିସପ୍ଲେ, ସେଣ୍ଟ୍ରାଲ ଲକିଂ ସିଷ୍ଟମ ଏବଂ ଆଣ୍ଟି-ଥେଫ୍ଟ ଆଲାର୍ମ ସାମିଲ । ଏଥିରେ ରିଭର୍ସ ଗିୟର, ପାର୍କିଂ ସ୍ବିଚ୍, ଅଟୋ ରିପେୟର ସ୍ବିଚ୍ ଏବଂ ମୋବାଇଲ ଚାର୍ଜିଂ ପାଇଁ ୟୁଏସବି ଚାର୍ଜିଂ ପୋର୍ଟ ଦିଆଯାଇଛି ।

Hot this week

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

Related Articles

Popular Categories