ରାସ୍ତାରେ ଟଙ୍କା ଉଡାଇଲେ ୟୁଟ୍ୟୁବର, ଲାଗିଗଲା ଭିଡ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଆଜିକାଲି ଲୋକେ ଭାଇରାଲ ହେବା ପାଇଁ କିଛି ବି କରୁଛନ୍ତି । ନିକଟରେ ଏମିତି  ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକ ଅଚାନକ ରାସ୍ତାକୁ ଆସି ନୋଟ୍ ଉଡାଉଛନ୍ତି । ତାଙ୍କର ଏହି ହରକତ ପରେ ଲୋକମାନେ ପଇସା ଗୋଟାଇବାରେ ଲାଗିପଡୁଛନ୍ତି । ରାସ୍ତାରେ ଗାଡି ଭିଡ ହୋଇଯାଉଛି । ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ହାସଲ କରିବା ପାଇଁ ଏହି ଷ୍ଟଣ୍ଟକୁ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ନିନ୍ଦା କରିଛନ୍ତି । ଲୋକମାନେ ସେହି ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଭିଡିଓ ଶେଷରେ ଦେଖାଯାଉଛି କି କେମିତି ୟୁଟ୍ୟୁବର ଲୋକଙ୍କ  ଧ୍ୟାନ ଆକର୍ଷଣ ପାଇଁ ନିଜ ଚ୍ୟାନେଲକୁ ଫଲୋ କରିବାକୁ ମଧ୍ୟ ଅନୁରୋଧ କରୁଛନ୍ତି । ତେବେ ୟୁଜର ଏହାକୁ ନିନ୍ଦା କରୁଛନ୍ତି । ଏଭଳି କାରନାମା ସକାଶେ ଲୋକଙ୍କ ଜୀବନ ଯାଇପାରେ ବୋଲି ୟୁଜର ପ୍ରତିକ୍ରିୟା ରଖି କହୁଛନ୍ତି । ଆଉ କିଛି ଲୋକ ଏହାକୁ ଶସ୍ତା ଲୋକପ୍ରିୟତା ବୋଲି କହୁଛନ୍ତି ।

Comments are closed.