www.samajalive.in
Monday, December 15, 2025
26.1 C
Bhubaneswar

ୟୁଥ ଫର ସେବାର ବାର୍ଷିକୋତ୍ସବ

ଚୌଦ୍ୱାର :  ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର ସେବାର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶାରଦା ରଞ୍ଜନ ପରିଜାଙ୍କ ଅଧ୍ୟକ୍ଷତାରେ ପୌର ଟାଉନହଲରେ ଅନୁଷ୍ଠିତ ଏହି ଉତ୍ସବକୁ କାର୍ସିନୋଭା କ୍ୟାନସର ହସପିଟାଲର ଅଧ୍ୟକ୍ଷ ଡ.କ୍ଷୀତିଶ ଚନ୍ଦ ମିଶ୍ର ଉଦଘାଟନ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଡ. ଅଖତର ହୁସେନ୍ ଖାନ୍, ଆଡ଼ଭୋକେଟ ସୌମ୍ୟ ରଞ୍ଜନ ପ୍ରଧାନ, ସମାଜ ସେବୀ ଗୀତାଶ୍ରୀ ଦାସ ଓ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ନିରାଶ୍ରୟଙ୍କ ସେବାରେ ୟୁଥ ଫର ସେବାର ସଦସ୍ୟମାନେ ନିଜକୁ ନିୟାଜିତ କରି ଆନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ପ୍ରକାଶ କରିଥିଲେ।

ଏହି ଅବସରରେ ଅଞ୍ଚଳର ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଜେଡ଼ି ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, କଟକ ଜିଲା ସମ୍ପାଦକ ସୁବ୍ରତ ସାମଲଙ୍କ ସମେତ ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଶୋକ କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ସଂଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories